ମହେନ୍ଦ୍ର ଉତ୍ସବ ପାଇଁ ବାଜିଲା ବିଗୁଲ, ବିଭିନ୍ନ ସ୍ଥାନରେ ମଶାଲକୁ ଭବ୍ୟ ସ୍ୱାଗତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ହେବାକୁ ଥିବା ମହେନ୍ଦ୍ର ଉତ୍ସବକୁ ନେଇ ବାଜିଲା ବିଗୁଲ । ବୁଧବାର ମହେନ୍ଦ୍ରଗିରିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଟିମ୍ ପହଂଚି ସେଠାରେ ଥିବା କୁନ୍ତି ମନ୍ଦିର ଠାରେ ପୂଜାର୍ଚ୍ଚନା କରି ସେଠାରୁ ଜ୍ଯୋତି ଧରି ବାହାରି ଥିଲେ l କଇଁପୁର ଠାରେ ପହଂଚିବା ପରେ ଜ୍ଯୋତିକୁ ଭବ୍ୟ ସ୍ଵାଗତ କରାଯାଇଥିଲା l ସେଠାରୁ ସେମାନେ ଜିରାଙ୍ଗ ଠାରେ ମଧ୍ୟ ସ୍ଵାଗତ କରିଥିଲେ l ବିଭିନ୍ନ ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ମଧ୍ଯ ଉକ୍ତ ଜ୍ଯୋତି କୁ ସ୍ୱାଗତ୍ କରିଥିଲେ l ରାୟଗଡ଼ ବ୍ଲକ କାର୍ଯ୍ୟାଳୟରେ ଠାରେ ପହଞ୍ଚିବା ପରେ ଜ୍ୟୋତିକୁ ହୁଳ ହୁଳି ସହ ପୁଷ୍ପମାଲ୍ଯ ଅର୍ପଣ କରି ଭବ୍ୟ ସ୍ଵାଗତ କରି ବାଜାବାଜଣାରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଶିବ ମନ୍ଦିର ପହଂଚି ସେଠାରେ ଜ୍ଯୋତିକୁ ରଖାଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ବିଡିଓ ସୁଧୀର କୁମାର ସିଂ, ଏ ବିଡିଓ ପିତାମ୍ବର ବେହେରା, ସହକାରି ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ, ପଞ୍ଚାୟତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଥିଲେ l ପ୍ରକାଶ ଯେ, ଚଳିତ ମାସ ୧୩ ଓ ୧୪ତାରିଖରେ ଦୁଇଦିନ ଧରି ମହେନ୍ଦ୍ର ଉତ୍ସବ ଅନୁଷ୍ଠିତ ହେବ l ଏନେଇ ବିଭିନ୍ନ କମିଟି ଗଠନ କରାଯାଇ ଚଳିତ ବର୍ଷ ମହେନ୍ଦ୍ର ଉତ୍ସବକୁ ସ୍ଵତନ୍ତ୍ର ଭାବରେ ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ମହୋତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପଦର୍ଶନ ହେବା ସହ ରାଜ୍ୟର କୌଣସି ଏକ ଜଣାଶୁଣା ତାରକା କଳାକାରଙ୍କ କାର୍ଯ୍ୟକ୍ରମ ପରିବେଷଣ କରି ଉକ୍ତ ଉତ୍ସବର ମାହୋଲକୁ ଦ୍ଵିଗୁଣିତ କରିବା ପାଇଁ ପ୍ରୟାସ ଚାଲିଛି ବୋଲି ଅଧ୍ୟକ୍ଷା ଶ୍ରୀ ନାୟକ କହିଛନ୍ତି l