ବାଲିଗୁଡ଼ା ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ….

ବାଲିଗୁଡା(ସିବନ୍ତ ଦିଗାଲ): ବାଲିଗୁଡ଼ା ଉପଖଣ୍ଡ କୃଷି ବିଭାଗ ପକ୍ଷରୁ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଛି l ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ଜିଲ୍ଲା କୃଷି ବିଭାଗ ଅଧିକାରୀ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା କୃଷି ଅଧିକାରୀ ସମେତ ଉପଖଣ୍ଡର ସମସ୍ତ ବ୍ଲକରୁ କୃଷି ଅଧିକାରୀ ଯୋଗ ଦେଇଥିବା ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସ୍ବାଗତ ସମ୍ବର୍ଦ୍ଧନା ପରେ ରିବନ୍ କାଟି ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଓ ଅତିଥିଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସମସ୍ତ ବ୍ଲକରୁ ଚାଷୀ ଉପସ୍ଥିତ ଥିବା ବେଳେ ଅତିଥିମାନେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ସମେତ ବିଭିନ୍ନ ବ୍ଲକର ଚାଷୀ ଓ କୃଷି ବିଭାଗର ପଦାଧିକାରୀ ଅଧିକାରୀ, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ଥିବା ଦେଖିବାକୁ ମିଳିଛି । ଏହି କୃଷି ଯନ୍ତ୍ରପାତି ମେଳା ବିଭିନ୍ନ ସଂସ୍ଥା ପକ୍ଷରୁ ଓ କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନୀ ମେଳାରେ ଭାଗନେଇଥିବା ବେଳେ ଉପସ୍ଥିତ ଅତିଥି ଓ ଚାଷୀ ଏହି ମେଳା ଉନ୍ନତ ମାନର ଚାଷ ଉପକରଣ ଗୁଡିକୁ ଦେଖି ବେଶ୍ ଆନନ୍ଦ ଅନୁଭବ କରିଥିଲେ ।