ଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ଵ ଅର୍ଥରେ ଦଶଟି ପଙ୍ଖା ପ୍ରଦାନ କଲେ ପାରଳା ବିଧାୟକ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଗୁମ୍ମା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିଜସ୍ଵ ଅର୍ଥରେ ଦଶଟି ପଙ୍ଖା ପ୍ରଦାନ କଲେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀ । ଗତ ପ୍ରାୟ ତିନି ମାସ ତଳେ  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରି ବୁଲି ଦେଖିଥିଲେ । ବିଭିନ୍ନ ଆବଶ୍ୟକତା ମଧ୍ୟରୁ କିଛି ଶ୍ରେଣୀ ଗୃହରେ ପଙ୍ଖା ଖରାପ ଥିବା ଦେଖି ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ଦଶଟି ପଙ୍ଖା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ବିଧାନସଭା ଅଧିବେଶନ ଚାଲିଥିବାରୁ ଅନୁପସ୍ଥିତ ଥିଲେ । ବିଧାୟକଙ୍କ ପକ୍ଷରୁ ନୃସିଂହ ନାଥ ଚୌଧୁରୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ଗୁମ୍ମା ବ୍ଲକ ବିଜେଡି ଯୁବ ସଭାପତି ନୀରୋଜ କୁମାର ଷଡ଼ଙ୍ଗୀ, ଗୁମ୍ମା ସରପଞ୍ଚ ପିତମନି ରଇତ, ପ୍ରିତମ ପାଲ୍, ଶୁଭାଶିଷ ଏଡଲା, ସନ୍ତୋଷ ଦଣ୍ଡସେନା ଏବଂ ଶିକ୍ଷା ବିଭାଗର ବିଆରସିସି ବାବାଜୀ ପ୍ରଧାନ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ କୁମାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମିହିର ଲାଲ ପାଣି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି ବିଧାୟକଙ୍କ ଏଭଳି ବଦାନ୍ୟତାକୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।