ଭଞ୍ଜନଗର(ନିଲୁ ବିଷୋୟୀ): ତାଲୁକ ଆଇନ ସେବା କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦେବଦତ୍ତ ପଟ୍ଟନାୟକ ଯୋଗଦେଇ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ପାଇଁ ରହିଥିବା ବିଭିନ୍ନ ଆଇନଗତ ଅଧିକାର ଉପରେ ଆଲୋକପାତ କରିଥିଲେ । ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବରିଷ୍ଠ ଦେୱାନୀ ଜଜ ଦେବାଶିଷ ବିଷୋୟୀ,ଜେଏମଏଫସି ଭିଏନା ନାୟକ, ଏସଡିଜେଏମ ଅମିତ କୁମାର, ତାଲୁକ ଆଇନ ସେବା କମିଟିର ସଦସ୍ୟ ଅଳକା ମଞ୍ଜରି ପଟ୍ଟନାୟକ, ଡ଼.ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଦିବ୍ୟାଙ୍ଗ ମାନେ ସେମାନଙ୍କ ମୌଳିକ ଅଧିକାର ଓ ଆଇନର ସହାୟତା ସହ ସରକାରୀ ସୁବିଧା ସୁଯୋଗ ସଂର୍ପକରେ ବକ୍ତବ୍ୟ ରଖିଥିଲେ । ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ, ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢୀ, ଭଞ୍ଜନଗର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ, ବେଲଗୁଣ୍ଠା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ନାଥ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ୩ ଜଣ ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଜଣଙ୍କୁ ଟ୍ରାଇ ସାଇକଲ ପ୍ରଦାନ କରିଯାଇଥିଲା ।