ଲିଙ୍ଗେରିମାହା କନ୍ଧମାଳ ବାପଟିଷ୍ଟ ଚର୍ଚ୍ଚରେ ପ୍ରିଖ୍ରୀଷ୍ଟ ମାସ ଧୁମ ଧାମରେ ପାଳିତ…

ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡିବନ୍ଧବ୍ଲକ ସିର୍ଲାଗ୍ରାମ ପଂଚାୟତ ଅନ୍ତର୍ଗତ ଲିଙ୍ଗେରିମାହା ଗ୍ରାମର କନ୍ଧମାଳ ବାପଟିଷ୍ଟ ଚର୍ଚ୍ଚରେ ପ୍ରିଖ୍ରୀଷ୍ଟ ମାସ ଧୁମ ଧାମରେ ପାଳିତ ହୋଇଯାଇଛି l ଏହି ଖ୍ରୀଷ୍ଟ ମହୋତ୍ସବରେ ମଣ୍ଡଳୀର ସଭାପତି ଶ୍ରୀ ରାଜେଶ ନାୟକ ପରିଚାଳନା କରିଥିବା ବେଳେ ପାଳକ ଶ୍ରୀ ଯକ୍ଷ୍ୟରାଜ ପ୍ରଧାନ ସଭାପତିତ୍ବ କରିଥିଲେ l ଡିସେମ୍ବର ୨୫ ତାରିଖ ଦିନ ଖ୍ରୀଷ୍ଟ ବଡ ଦିନ ପାଳନ କରାଯାଇଥାଏ l ତଥାପି ଯୀଶୁ ଖ୍ରୀଷ୍ଟ ତ୍ରାଣ କର୍ତ୍ତା, ସୃଷ୍ଟିକର୍ତ୍ତା ହୋଇ ଥିବାରୁ ସମସ୍ତ ଖ୍ରୀଷ୍ଟ ପ୍ରେମୀ ୧ ତାରିଖକୁ କେକ କାଟି ମହାଡ଼ମ୍ବରେ ପାଳନ କରି ଥାନ୍ତି l ଲିଙ୍ଗେରିମାହା କେବଳ ନୁହେଁ, ଆଜି ସାରା ଭାରତରେ ଯୀଶୁ ଖ୍ରୀଷ୍ଟ ଭକ୍ତ ମାନଙ୍କ ଦ୍ୱାରା ପୂଜା ପାଉଛନ୍ତି l ଏହି ଖ୍ରୀଷ୍ଟ ମହୋତ୍ସବରେ ମିସିନାରୀ ରେଭ ସୁଦିପ କୁମାର ନାୟକ ଓ ଡାକ୍ତର ସୁନ୍ଦର ସାଗର ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ପରିବେଷଣ କରିଥିବା ବେଳେ ମିସ ଦୀପା ପ୍ରଧାନ କେକ କାଟିଥିଲେ l ମହୋତ୍ସବରେ ସଭାପତି ଶ୍ରୀ ରାଜେଶ ଦିଗାଲ, ଅନିଲ କୁମଲେ, ଖଗେଶ୍ୱର ମାଝୀ ଭୀଷ୍ମ ବଡ଼ମାଝି, ଆୟୁବ ଦିଗାଲ, ଭଜରମ ଦିଗାଲ, ଯକ୍ଷ୍ୟରାଜ ପ୍ରଧାନ, ଅଲିଭା ନାୟକ, ବିମ୍ବିରା ଦିଗାଲ, ପର୍ଜୀବନ ଦିଗାଲ, ଗୁଡୁଡୁ ପ୍ରଧାନ, ଆନ୍ଦ୍ର ମାଝୀଙ୍କ ସମେତ ବହୁ ଖ୍ରୀଷ୍ଟ ପ୍ରେମୀ ଯୋଗ ଦେଇଥିଲେ l