ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ମହାନ ଖ୍ରୀଷ୍ଟୀୟାନ ସମାଜର ଧର୍ମଗୁରୁ ସ୍ୱର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସ୍ମୁତି ଓ ଶାନ୍ତି ଶ୍ରଦ୍ଧାଞ୍ଜଳୀ ସଭା ନିଜର ଜନ୍ମସ୍ଥାନ ବାରଖମାରେ ଆୟୋଜନ ହୋଇଥିଲା । ସୂଚନା ମୁତାବକ ଗତ ମାସ ୨୨ ତାରିଖ ଏକ ଘରୋଇ ହସ୍ପିଟାଲରେ ଖ୍ରୀଷ୍ଟୀୟାନ ସମାଜର ଧର୍ମଗୁରୁ ସ୍ୱର୍ଗତ କିଶୋର ଚନ୍ଦ୍ର ଦିଗାଲ ଦେହାନ୍ତ ହେବା ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମାରେ ତାଙ୍କ ଶେଷକୃତ୍ୟ କାର୍ଯ୍ୟ ସମାପନ ହୋଇଥିଲା । ସୋମବାର ତାଙ୍କ ପରିବାର ଓ ରି ବାଇବଲ ଫାଉଣ୍ଡେସନ ଟିମଙ୍କ ନେତୃତ୍ବରେ ଏକ ସ୍ମୁତି ଓ ଶାନ୍ତି ସଭା ଆୟୋଜନ କରାଯାଇଥିଲା । ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସହଧର୍ମଣୀ, ତାଙ୍କ ପରିବାର ଓ ସାରା ଓଡିଶାରୁ ଆସିଥିବା ପ୍ରିୟ ଲୋକମାନେ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କ ସମ୍ପର୍କରେ ତାଙ୍କ ଜୀବନର ସମସ୍ତ ଘଟଣା, ତାଙ୍କ ସେବା କାର୍ଯ୍ୟ, ସମାଜ ସେବା ବିଷୟରେ ସବୁ କଥା ଉପସ୍ଥିତ ସମସ୍ତଙ୍କ ଉପସ୍ଥିତିରେ ପ୍ରକାଶ କରିଥିଲେ । ଏହି ସ୍ମୁତି ଓ ଶାନ୍ତି ଶୋକସଭା କାର୍ଯ୍ୟକ୍ରମରେ କନ୍ଧମାଳ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ଦଶ ହଜାରରୁ ଉର୍ଦ୍ଧ୍ୱ ଖ୍ରୀଷ୍ଟିଆନ ଭାଇ ଭଉଣୀ ଯୋଗଦେଇ ଥିବା ଜଣାପଡିଛି ।