ଗଢ ଗ୍ରାମ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ….

ରାଇରଙ୍ଗପୁର(ଉତ୍ତମ ରାମ): ରାଇରଙ୍ଗପୁର ସହରସ୍ତ ଗଢ ଗ୍ରାମରେ ଅବସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ପ୍ରତିଷ୍ଠାତା ଚିତ୍ତରଂଜନ ମହାନ୍ତ,  ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ତିମିର ରଂଜନ ପଣ୍ଡା ଓ ସମ୍ମାନିତ ଅତିଥି ରୂପେ ଡକ୍ଟର  ମୃତ୍ୟୁଜୟ ଆଚାର୍ଯ୍ୟ ଯୋଗ ଦେଇ ଶିଶୁମାନଙ୍କର ବୌଦ୍ଧିକ ବିକାଶ ପାଇଁ ବିଜ୍ଞାନ ମେଳା ଆବଶ୍ୟକ ବୋଲି କହିଥିଲେ l ପିଲାମାନେ ପାଠ ପଢିବା ସହିତ ବିଜ୍ଞାନରେ ରୁଚି ରହିବା ଉଚିତ l ଏହି ମେଳା ଦ୍ବାରା ପିଲାମାନଙ୍କର ଲୁକାଇତ ପ୍ରତିଭା ପ୍ରସ୍ପୁଟିତ ହୋଇଥାଏ l ଏହି ପିଲାମାନଙ୍କ ଭିତରେ କିଏ ଜଣେ ବୈଜ୍ଞାନିକ ହୋଇ ଦେଶ ଓ ଜାତି ନାଁ ଅର୍ଜନ କରିବ l ଏଥିରେ ଦ୍ବିମତ ନାହିଁ l ଏଥିରେ ୧୧ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା l ସେଗୁଡିକ ହେଲା ସୌରମଣ୍ଡଳ, ପରିବେଶ ସୁରକ୍ଷା, ଋତୁ ଚକ୍ର, କମ୍ପୁଟର, ସ୍ବଚ୍ଚଭାରତ, ପରିସ୍ରବଣ ପଦ୍ଧତି, ପେରିସ୍କୋପ, ଆଗ୍ନେୟ ଉଦଗୀକରଣ, ଧୂଆଁ ମେସିନ୍, ହାଇଡ୍ରଲିକ ଜେସିବି ଓ ସ୍ମାର୍ଟ ଫାର୍ମିଂ ଅନ୍ଯତମ l ଏହି ଭବ୍ୟ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଶିକ୍ଷିକା ଜ୍ୟୋତି ପ୍ରକାଶ ପ୍ରଧାନ, ଗୌରବ ସାହୁ, ସୁନିତା ମାହାତ, ହେମଲତା ମହାନ୍ତ, ଗାୟତ୍ରୀ ବାରିକ, ମିନତୀ ମହାନ୍ତ, ରୂପସୀ ବେହେରା, ଅନୁପ୍ରିୟା କୁଅଁର ଓ ଶୁଭଶ୍ରୀ ମହାନ୍ତ ଉପସ୍ଥିତ ରହି ବିଜ୍ଞାନ ମେଳାକୁ କିପରି ଆହୁରି ସରସସୁନ୍ଦର କରାଯାଇପାରିବ ନିଜସ୍ବ ମନ୍ତବ୍ୟ ଜାହିର କରିଥିଲେ l