ଆମ୍ବ ଟାଙ୍କୁ ଯାଉ ଖାଇ ୩ଜଣଙ୍କ ମୃତ୍ୟ ଘଟଣା, ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ…..
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୩ ଜଣ ମହିଳାଙ୍କ ମୃତ୍ୟ ଘଟିବା ପରେ ଘଟଣାର ତଦନ୍ତ ପାଇଁ ବୁଧବାର ରାଜ୍ୟ ଖାଦ୍ୟ କମିଶନ ଅଧକ୍ଷ ଇଂ.ଅବନୀ କାନ୍ତ ସାହୁଙ୍କ ନେତୃତ୍ୱରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତକ ପରିବାର ବର୍ଗଙ୍କୁ ସାକ୍ଷାତ କରି ଥିବା ବେଳେ କଟକ ବଡ଼ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଟୁନି ମାଝୀଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରି କେଉଁ କାରଣ ପାଇଁ ଲୋକେ ଆମ୍ବ ଟାକୁଆ ଯାଉ ଖାଇଥିଲେ ଓ କେବେ ରାସନ ଚାଉଳ ମିଳିଥିଲା ସେ ନେଇ ଆଲୋଚନା କରିବା ସହିତ ବର୍ତ୍ତମାନ ଗ୍ରାମର ସ୍ଥିତି କଣ ରହିଛି ଓ ଅନ୍ୟାନ୍ୟ ପାରିପାର୍ଶିକ ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି l ଏହାପରେ ଏ ନେଇ କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି l ସେହିଭଳି ଗୁରୁତର ଅସୁସ୍ଥ ହୋଇ କଟକ ବଡ଼ ମେଡିକାଲରୁ ସୁସ୍ଥ ହୋଇ ମଙ୍ଗଳବାର ରାତିରେ ଘରକୁ ଫେରିଥିବା ଟୁନି ମାଝୀ କହିଛନ୍ତି ଗତ ଅକ୍ଟୋବର ମାସ ୨୩ତାରିଖରେ ଆମ୍ବ ଟାକୁଆ ଯାଉ କରି ସମସ୍ତେ ଖାଇଥିଲେ କାହାର କିଛି ଅସୁବିଧା ହୋଇନଥିଲା l କିନ୍ତୁ ତାଙ୍କ ନଣଦ କିଛି ଟାକୁଆ ଗୁଣ୍ଡ ବଳକା ରଖିଥିଲେ ତାହାକୁ ପୁଣି ୪/୫ ଦିନ ପରେ ପ୍ରସ୍ତୁତ କରି ଖାଇ ସମସ୍ତେ ବାଣ୍ଟି ଖୁଣ୍ଟି ଖାଇ ଥିଲେ । ତାପରେ ୮ଜଣ ହଠାତ୍ ଅସୁସ୍ଥ ହୋଇଥିଲେ । ଏଭଳି ଘଟଣା ଘଟିବା କହିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ଉତ୍ତମ ଚିକିତ୍ସା ମିଳିବାରୁ ସେ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି l ଘଟଣା ଘଟିବା ପରେ ତୁରନ୍ତ ଗାଁକୁ ସୋଲାର ଯୋଗେ ପାଣି ଯୋଗାଇ ଦେବା ସହିତ ଗାଁକୁ ରାସ୍ତା ଓ ଜୀବନ ଜୀବିକା ପାଇଁ କୁକୁଡ଼ା ଚାଷ ପାଇଁ ଚିଆଁ ବଣ୍ଟନ କରାଯାଇଛି l ଏହି ସମୟରେ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ସମେତ ସଦସ୍ୟ ବିଡିଓ ପ୍ରୀତିରଞ୍ଜନ ରଥ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବ୍ଲକ ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l