ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ହାଡ଼ ଭଙ୍ଗା ଜାଡ଼, ଦାରିଙ୍ଗବାଡିରେ 10 ଡିଗ୍ରୀ ଓ ଫୁଲବାଣୀ 8.5 ଥିବାବେଳେ ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 6.2 ରେକର୍ଡ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଦିନକୁ ଦିନ ତଳ ମୁହାଁ ହେବାରେ ଲାଗିଛି l ଆଜି ପାରଦ ଖସି 6.2ରେ ପହଞ୍ଚିଥିବା ସ୍ଵଚନା ଦେଇଛି କ୍ରୁଷି ଗବେଷଣା କେନ୍ଦ୍ର। ସେହି ପରି ଆଜି ଫୁଲବାଣୀରେ 8.5 ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡ଼ିରେ 10 ଡିଗ୍ରୀ ଥିବା ସୂଚନା ମିଳିଛି l ଘୁ.ଉଦୟଗିରି ଦିନକୁ ଦିନ ପାରଦ ଖସୁଥିବା ବେଳେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା । ଘୁ.ଉଦୟଗିରିରେ ଦିନ ତମାମ ସୁଲୁସୁଲିଆ ଥଣ୍ଡା ପବନ ବୋହିବା ସାଙ୍ଗକୁ ପ୍ରବଳ ଜାଡ଼ ଅନୁଭୂତ ହେଉଛି l ଯାହା ପାଇଁ ଗୋଡ଼ ହାତ କାଲୁଆ ପଡିବା ଦ୍ୱାରା ଗାଡ଼ି ଚାଳକ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି l ଜଗଂଲଜାତ ସାମଗ୍ରୀ ବିକ୍ରୀ କରୁଥିବା, ରାସ୍ତା କଡରେ ବସି ବନି  ପରିବା ବିକ୍ରୀ କରୁଥିବା ବ୍ଯବସାୟୀ ଚାଷୀ କଂ ଶୀତ କଷ୍ଟ ବଢେଇ ଦେଇଛି ଶୀତ । ଅନ୍ଯ କିଛି ଉପାୟ ନପାଇ ପେଟକୁ ଦାନା ଯୋଗାଡ କରିବାକୁ ବାଧ୍ଯ ହୋଇଛନ୍ତି ଖଟିକିଆ । ତାପମାତ୍ରା କମିବା ଫଳରେ ଛୋଟ ପିଲାମାନକଂ ସହିତ ବୃଦ୍ଧାବୃଦ୍ଧାମାନେ ଶୀତ ଯୋଗୁ ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇଛି । ଛୋଟ ପିଲାମାନକଂ ସ୍କୁଲ ଟିୟୁସନ ଯିବା କଷ୍ଟକର ହୋଇଥିବା ବେଳେ ଅସହାୟ, ପକ୍କା ଘର ନଥିବା ଲୋକକଂ ଚିନ୍ତା ବଢି ଯାଇଛି । ଘୁ.ଉଦୟଗିରି ବ୍ଲକର ଗ୍ରାମାଞ୍ଚଳ ଅର୍ଥାତ ତୁମୁସିଙ୍ଗିଆ, ମୁକୁଲିଗିଆ, ସିପାଏଜୁ, ସିରିକି, ରାଇକଲା, ତଲାରୀମାହା, ବେଟିକଲା, ମୁଣ୍ଡାକାଙ୍ଗା, କିରାମାହା, ସୁଗାମାହା, ପୁକୁଳିଙ୍ଗିଆ, ସୁଜେଲି, କୁର୍ମିଙ୍ଗିଆ, ଟିଆଙ୍ଗିଆ ଇତ୍ୟାଦି ଅଞ୍ଚଳରେ ମଧ୍ୟ ଆତ୍ୟଧିକ ଥଣ୍ଡା ହେଉ ଥିବା ଦେଖା ଦେଇଛି l ଯାହା ପାଇଁ ଅଂଚଳ ବାସୀ ସନ୍ଧ୍ୟା 4 ହେଲେ ନିଆଁର ସାହାରା ନେବା ସହ ଟାଟି କବାଟ ଦେଇ ରହୁ ଥିବା କହିଛନ୍ତି l ସେହି ପରି ପ୍ରବଳ ଜାଡ଼ ଯୋଗୁଁ ଘୁ. ଉଦୟଗିରି ସହରେ ମଧ୍ୟ ସନ୍ଧ୍ୟା 6 ଘଣ୍ଟା ହେଲେ ଦୋକାନ ବଜାର ବନ୍ଦ ରହୁଛି l ଏହି ଥଣ୍ଡାର ମଜା ନେବା ପାଇଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ହୋଇଛି l