ଚିର ନିଦ୍ରାରେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଓ ପ୍ରବଚନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ, ନିଜ ଜନ୍ମ ମାଟି ବାରଖମାରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପୂର୍ଣ…
ଅନୁସନ୍ଧାନ ଭାରତ(ବ୍ୟୁର): ଚିର ନିଦ୍ରାରେ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଓ ପ୍ରବଚକ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ l କଥାରେ ଅଛି ମାଟିର ମଣିଷ ମାଟିରେ ମିଶିବ, ଚିର ଦିନ ତ ରହିବ ନାହିଁ, ଯିଏ ଆପଣାର ସବୁ ହେବେ ପର କେହି ସଙ୍ଗତେ ରହିବେ ନାହିଁ”। ଧର୍ମ ଯାଜକ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳଙ୍କ ବିୟୋଗରେ ସମଗ୍ର ରାଜ୍ୟ ଆଜି ମର୍ମାହତ । ରାଜ୍ୟ ଓ ରାଜ୍ୟ ବାହାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଛାଡି ନିରବୀ ଗଲେ ସମସ୍ତଙ୍କର ଆତି ପ୍ରିୟ, ଆଦରଣୀୟ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ । ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସିଦ୍ଧେଶ୍ୱର ଦିଗାଲଙ୍କ ଜ୍ୟାଷ୍ଠ ପୁତ୍ର ହେଉଛନ୍ତି କିଶୋର ଚନ୍ଦ୍ର ଦିଗାଲ l ସେ ଜଣେ ଭଦ୍ର ବ୍ୟକ୍ତି, ଧର୍ମପରାୟଣ, ମିଷ୍ଠୋଭାସି, ସରଳ ହୃଦୟବାନ, ପରପୋକାରି, ଶାନ୍ତଶିଳ, ମେଳାପି, ଖ୍ରୀଷ୍ଟ ଧର୍ମ ପ୍ରଚାରକ ଓ ପ୍ରବଚକ l ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ ବାରଖମାରେ 7 ନଭେମ୍ବର 1971ରେ ଜନ୍ମ ଗ୍ରହଣ କରି ଥିଲେ ଓ 1994 ମସିହାରୁ ପ୍ରଚାର ଓ ପ୍ରବଚନ ଦେବା ଆରମ୍ଭ କରି ଥିଲେ l
ସମସ୍ତଙ୍କର ଆଦର୍ଶ ପୁରୁଷ ଥିଲେ । ସେ କେବଳ ବାରଖମା ପାଇଁ ନୁହେଁ କନ୍ଧମାଳ ଜିଲ୍ଲା, ଜିଲ୍ଲା ବାହାରେ, ରାଜ୍ୟ ବାହାରେ ଓ ଦେଶ ବିଦେଶରେ ମଧ୍ୟ ବାଇବଲ ପ୍ରବଚନ ପାଇଁ ବେଶ୍ ସୁନାମ ଅର୍ଜନ କରିଥିଲେ । ରାଜ୍ୟ ବାହାରେ ଓ ରାଜ୍ୟର ଅନେକ ଜିଲ୍ଲାକୁ ଯାଇ ଯୀଶୁ ଖ୍ରୀଷ୍ଟଙ୍କ ମହତ ବାଣୀ ପ୍ରଚାର କରି ଅନେକ ଲୋକଙ୍କୁ ସତ୍ୟର ପଥ ଦେଖାଇଥିଲେ । କିଛି ଦିନ ହେବ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ ମେଡିକାଲରେ ତାଙ୍କର 22 ନଭେମ୍ବର 2024 ପାଖାପାଖି ଦିବା ଘ 12.05ମି ସମୟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ନିଜ ପରିବାର ସହିତ ପୋଡ଼ଶୀ ରାଜ୍ୟ ରାୟପୁରରେ ବସବାସ କରୁଥିଲେ । ମୃତ୍ୟୁ ପରେ ତାଙ୍କ ମୃତ ଶରୀର ନିଜ ଜନ୍ମସ୍ଥାନ ବାରଖମାକୁ ଆଜି ଭରୁ ଏକ ଆମ୍ବୁଲାନ୍ସ ଯୋଗେ ପହଞ୍ଚି ଥିଲା । ମୃତ ଦେହ ବାରଖାମାରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା ଓ ଖବର ପାଇ କୋଣଅନୁକୋଣରୁ ହଜାର ହଜାର ଅନୁଗମନ କାରିଙ୍କ ସୁଅ ବାରଖମାକୁ ଛୁଟି ଥିଲା l ସେହି ମହାନ୍ ବ୍ୟକ୍ତିଙ୍କ ବିୟୋଗରେ ଆଜି ସମଗ୍ର ଅଞ୍ଚଳ ଶୋକାକୁଳ ଓ ମର୍ମାହତ । ସାରା ରାଜ୍ୟରୁ ପାଖାପାଖି ୭ ହଜାରରୁ ଉର୍ଦ୍ଧ ତାଙ୍କୁ ଭଲ ପାଉଥିବା ଲୋକ ତାଙ୍କ ଶେଷ ଦର୍ଶନ ସହ ଶେଷକୃତରେ ସାମିଲ ହୋଇଥିଲେ । ଏହି ଶେଷ ଯାତ୍ରାର କାର୍ଯ୍ୟକ୍ରମକୁ ଖ୍ରୀଷ୍ଟ ଧର୍ମ ପ୍ରଚାରକ ଆଚାର୍ଯ୍ୟ ଜିତୁ ଲିମା (ଟାଟାର ଜାମସେଦପୁର) ଓ ଆଚାର୍ଯ୍ୟ ନିରଞ୍ଜନ ତୁରୁକ(କଟକ) ପରିଚାଳନା କରିଥିଲେ ଓ ସ୍ୱତନ୍ତ୍ର ଉପାସନାର ଆୟୋଜନ କରାଯାଇ ଥିଲା l ଏହି ଉପାସନା ଆଚାର୍ଯ୍ୟ ସଚ୍ଚିଦାନନ୍ଦ ବିଶ୍ୱାସ ପରିଚାଳନା କରି ଥିବା ବେଳେ ଆଚାର୍ଯ୍ୟ ଜିତୁ ଲିମା, ଆଚାର୍ଯ୍ୟ ମାଥିୟୁ(ରାୟପୁର), ଆଚାର୍ଯ୍ୟ ରବୀନ(ରାୟପୁର), ଆଚାର୍ଯ୍ୟ ବିନି(କେରଳ) ବାଇବଲ ଧର୍ମଶାସ୍ତ୍ରରୁ ଧର୍ମବାଣୀ ପ୍ରଚାର କରିବା ସହ ବାରଖମା ଯୁବକ ସଂଘ ପକ୍ଷରୁ ମୃତ ଦେହକୁ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଥିଲା l ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ ବିହାର ରାଜ୍ୟର ରୁବି ସିଂଙ୍କୁ ବିବାହ କରିଥିଲେ l ତାଙ୍କର ରୋନକ ଇମ୍ମାନୁଏଲ (ପୁତ୍ର,18 ବର୍ଷ ) ଓ ଆକ୍ସା ଇମ୍ମାନୁଏଲ(ଝିଅ, 10 ବର୍ଷ) ନାମରେ ଦୁଇଟି ସନ୍ତାନ ଅଛନ୍ତି l କୋଭିଡ ସମୟରେ ରି ବାଇବଲ ଫାଉଣ୍ଡେସନ ନାମରେ ଏକ ସଂସ୍ଥା ପ୍ରତିଷ୍ଠା କରି ଥିଲେ l ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ କୃତିତ୍ୱ ଅର୍ଜନ କରିଥିଲେ ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳ l କଟକ ସ୍ଥିତ stuart ସ୍କୁଲ ଓ ରେଭେନ୍ସା କଲେଜରେ ଶିକ୍ଷାର୍ଜନ କରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ ପାଇଁ ମଧ୍ୟ ପ୍ରସ୍ତୁତ ହେଉ ଥିଲେ l କିନ୍ତୁ ତାହା ଛାଡ଼ି ପ୍ରଚାର କାର୍ଯ୍ୟ କରି ଥିଲେ l ଆସନ୍ତା ଡିସେମ୍ବର 2 ତାରିଖରେ ବାରଖମାରେ ସ୍ବର୍ଗତ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତି ସଭା ଆୟୋଜନ କରାଯିବ ବୋଲି ସାନ ଭାଇ ସମୀର ଦିଗାଳ ସୂଚନା ଦେଇ ଛନ୍ତି l