କଦଳୀ ଗଛରୁ ସୁତା ପ୍ରସ୍ତୁତି ପାଇଁ ତାଲିମ ଶିବିର ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାସିଂ ପଞ୍ଚାୟତର କୁରୁଗୁବା ଠାରେ EDII, ଅହମଦାବାଦ ଫାଉଣ୍ଡେସନ, ଆନୁକୂଲ୍ୟରେ କଦଳୀ ଗଛରୁ ସୁତା ପ୍ରସ୍ତୁତି ତାଲିମ ଶିବିର ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ ଶିବିର 05-112024 ଠାରୁ ଆରମ୍ଭ ହୋଇ 30-11-2024 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କଦଳୀ ଗଛରୁ କଦଳୀ ସଂଗ୍ରହ ପରେ ଗଛକୁ ନ ଫୋପାଡ଼ି ସେଥିରୁ ଫାଇବର ବାହାର କରି ଫାଇବରରୁ ସୁତା, କଣ୍ଢେଇ ଏବଂ ନାନା ପ୍ରକାରର ଘରୋଇ ସାମଗ୍ରୀ ପ୍ରସ୍ତୁତ କରିବା ଓ କଦଳୀ ମଞ୍ଜାରୁ ୩ ପ୍ରକାରର ଆଚାର, ପାମ୍ପଡ, ବଡ଼ି ଓ ଜାମ୍ କିପରି ପ୍ରସ୍ତୁତ ହୋଇପାରିବ ସେ ନେଇ ଶିବିରରେ ତାଲିମ ଦିଆଯାଉଛି l ଏହି ସାମଗ୍ରୀ ଗୁଡିକୁ ବିକ୍ରି କରି ମହିଳାମାନେ କିପରି ଅର୍ଥ ରୋଜଗାର କରି ପାରିବେ ଓ ନିଜ ପରିବାର ପ୍ରତିପୋଷଣ କରିବେ ତାହା ହିଁ EDII ଫାଉଣ୍ଡେସନର ମୂଳ ଲକ୍ଷ୍ୟ ରହିଛି l ମହିଳାମାନେ ତାଲିମ ପ୍ରାପ୍ତ କରିବା ପରେ ସେମାନଙ୍କୁ ତାଲିମ ପ୍ରମାଣ ପତ୍ର ଦିଆଯିବ ବୋଲି କହିଛନ୍ତି ମା ରାମଚଣ୍ଡୀ ଫାଉଣ୍ଡେସନର ଉପଦେଷ୍ଟା ନାରାୟଣ ସାହୁ l ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ GM DIC ସୁନାରାମ ସିଂ, ମିଶନଶକ୍ତି DPC ଟିମନ ବାରା, DIPA ବଦ୍ରିନାରାୟଣ ମିଶ୍ର, ଡେପୁଟି ଡାଇରେକ୍ଟର ହାଲଟିକାଲଚାର ସୁଶାନ୍ତ ଦାସ, EDIIର କୋଡିନେଟର ସାଇକତ ସୂତ୍ର ଧର, ଟ୍ରେନର ନାରାୟଣ ମିଶ୍ର, ବିଶ୍ୱ ହିନ୍ଦୁ ଜିଲ୍ଲା ସମ୍ପାଦକ ଶ୍ୟାମସୁନ୍ଦର ଶବର, କୁରୁଗୁବା ଗ୍ରାମ ସଭାପତି ରାଜୁ ଭୂୟାଁ ମଂଚାସୀନ ଥିବା ବେଳେ ପରିଚାଳନା କରିଥିଲେ ଜିଲ୍ଲା ସଂଯୋଜକ ସୁଶାନ୍ତ ଗମାଙ୍ଗ ଓ ଗ୍ରାମର ମହିଳା ମା ଏବଂ ଭଦ୍ର ମଣ୍ଡଳୀ ଉପସ୍ଥିତ ଥିଲେ |