ଅଚୁତାନନ୍ଦ ସେବା ଚାରିଟେବୁଲ ଟ୍ରଷ୍ଟ ତରଫରୁ କମ୍ବଳ ଓ ଅର୍ଣ୍ଣଦାନ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଂଚାୟତର ବଡସଡ଼ା ଗ୍ରାମର ଅଚ୍ୟୁତାନନ୍ଦ ସେବା ଆଶ୍ରମ ଠାରେ ଶ୍ରୀ ଅଚ୍ୟୁତାତାନନ୍ଦ ସେବା ଚାରିଟେବୁଲ ଟ୍ରଷ୍ଟ ତରଫରୁ କମ୍ବଳ ବଣ୍ଟନ ଓ ଅନ୍ନଦାନ କାଯ୍ୟକ୍ରମ କରାଯାଇଥିଲା l ଏହି ଟ୍ରଷ୍ଟର ମୁଖ୍ୟ ମହନ୍ତ ଶ୍ରୀ ବଂଶୀଧର ମହାରାଜଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପ୍ରାୟ 500 ଲୋକରୁ ଉର୍ଦ୍ଧ ଲୋକ ଯୋଗ ଥିଲେ l ସେଥି ମଧ୍ୟରୁ ଟ୍ରଷ୍ଟ ତରଫରୁ ପ୍ରାୟ 200 ଲୋକକୁ କମ୍ବଳ , ଚାଉଳ ଇତ୍ୟାଦି ଗରିବ ଅସହାୟ ବୃଦ୍ଧ ଲୋକମାନଙ୍କୁ ବଣ୍ଟନ କରି ଅର୍ଣ୍ଣଛତ୍ର ବ୍ୟବସ୍ତା ବି କରାଯାଇଥିଲା l ମହାରାଜ ଶ୍ରୀ ଦାସ କିଛି ପ୍ରବଚନ ଦେବାସହ ଲୋକମାନଙ୍କୁ ଉଚିତ ମାର୍ଗ ଉପରେ ନିଦର୍ଶନ କରିଥିଲେ ଓ ସଚେତନ କରିବା ସହ ମାନବ ସେବାହିଁ ମାଧବ ସେବା ଉକ୍ତିକୁ ଗୁରୁତ୍ୱ କହିଥିଲେ l ପଂଚାୟତର ସରପଞ୍ଚ କୁମାର କାର୍ଜୀ, ସରୋଜ କୁମାର ଭୂୟାଁ, ସମିତିସଭ୍ୟ ଆରତ ବଡମୁଣ୍ଡି, PEO ମୋହିତା ଲିମା ଏବଂ ଟ୍ରଷ୍ଟର କର୍ମଚାରୀ, ସେବା ଆଶ୍ରମର କାଯ୍ୟକାରୀ, ଗ୍ରାମବାସି ଓ ଅଞ୍ଚଳର ବୁଦ୍ଧି ଜୀବି ଉପସ୍ଥିତ ଥିଲେ l