ତୁମ୍ବୁଡ଼ିବନ୍ଧ ବନାଞ୍ଚଳ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ମହାଘଟାଲା, 352 ଟଙ୍କା ନିର୍ଦ୍ଧାରିତ ମଜୁରୀ ବଦଳରେ 252 ଟଙ୍କା ନେବାକୁ ବାଧ୍ୟ କରାଯାଉ ଥିବା ଅଭିଯୋଗ…
ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ତୁମ୍ବୁଡ଼ିବନ୍ଦ ବନାଞ୍ଚଳରେ ଗୁମୁଡୁମାହା ଠାରୁ ପାଜୀମାହ ପର୍ଯ୍ୟନ୍ତ ପଥପାର୍ଶ୍ୱରେ ବୃକ୍ଷ ରୋପଣ କରାଯାଇଥିଲା । ବୋର୍ଡରେ ଲେଖାଯାଇଛି 352 ଟଙ୍କା ଏବଂ ଏହି କାର୍ଯ୍ୟର କୋର୍ଡ ନମ୍ବର ହେଲା 2408021/DP/ 10872026 ଆର୍ଥିକ ବର୍ଷ 2024-25 ଥିବା ବେଳେ ଏହି ବୋର୍ଡରେ ଅଟକଳ ମୂଲ୍ୟ ଏବଂ କାର୍ଯ୍ୟରମ୍ଭ ତଥା କାର୍ଯ୍ୟଶେଷ ତାରିଖ ଲେଖାଯାଇନି କିନ୍ତୁ ବୋର୍ଡର ଶେଷ ଭାଗରେ ଲେଖା ଯାଇଛି ଯେ ଦୈନିକ ମାଝୁରି 352 ଟଙ୍କା । କାମ ସରିଲା ପରେ ଏବେ 252 ଟଙ୍କା ଦିଆଯାଉଥିବା ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ଗୁମୁଡୁମାହା ଗ୍ରାମବାସୀ । ଏନେଇ ଆମେ ଗୁମୁଡୁମାହା ଗ୍ରାମରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଗ୍ରହଣ କରିଥିଲୁ ସେହି ବୋର୍ଡରେ ଲେଖା ଯାଇଛି 352 ଟଙ୍କା କିନ୍ତୁ ଲୋକଙ୍କୁ ମଜୁରୀ ବାବଦକୁ 252 ଟଙ୍କା ପ୍ରଦାନ କରାଯାଉ ଥିବା ସୂଚନା ମିଳିଛି । ” ଆମକୁ 352 ଟଙ୍କା ଦେବୁ କହି ଡାକି ଏବେ 252 ଟଙ୍କା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମାନଙ୍କ ମଧ୍ୟରୁ ପ୍ରାୟତଃ କଲେଜ ରେ ପଢ଼ୁଥିବା ଛାତ୍ରଛାତ୍ରୀ ଅଛନ୍ତି । ଘର ଲୋକ କଲେଜରେ ଯିବାକୁ.ଟଙ୍କା ସବୁଦିନ ଯିବା ଆସିବାକୁ ଦେଇ ପାରୁନଥିବାରୁ 352 ଟଙ୍କା ପାଇବା ଆଶାରେ କଲେଜ ନ ଯାଇ କାମ ମିଶିଥିଲେ କିନ୍ତୁ ଏବେ ବନ ଅଧିକାରୀମାବେ 98 ଟଙ୍କା ନିଜେ ରଖି 252 ଟଙ୍କା ଦେଉଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହା ମଧ୍ୟ୍ୟ କହିଛନ୍ତି ଯେ ବୋର୍ଡରେ ଯେତିକି ଲେଖା ଯାଇଛି ସେତିକି ମଜୁରୀ ନ ଦେଲେ ଆମେ ସେହି ଟଙ୍କା ନେବୁନାହିଁ। ଏ ସମସ୍ୟା ବିଷୟରେ ଆମେ ବନ ଆଦିକାରୀ ସାଗରୀକା ନାମକ ଜଣେ ମହିଳା ଅଧିକାରୀଙ୍କୁ ପଚାରିବାରୁ ଆମକୁ ନାଲି ଆଖି ଦେଖେଇ ଥିଲେ l ବୋର୍ଡରେ ଲେଖିବାରେ ଭୁଲ ହେଇଛି ଆମେ ଏହି ବୋର୍ଡ ଭାଙ୍ଗି ନୂତନ ବୋର୍ଡ ତିଆରି କରି ଠିକ ଭାବରେ ଲେଖିବୁ ବୋଲି କହି ଥିବା କହିଛନ୍ତି ମଜୁରିଆ । ଏନେଇ ଉପରସ୍ତ ବନ ଅଧିକାରୀ କଣ ପଦକ୍ଷେପ ନେଉଛନ୍ତି ବାକି ରହିଲା ।