କେ.ଏମ.ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ଶିଶୁ ଦିବସ ପାଳିତ ….

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ.ଏମ.ଭାଲିଆ ସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାସମାରୋହରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି । ଆଜିର ଶିଶୁ କାଲିର ନାଗରିକ । ଶିଶୁ ହସିଲେ ଦୁନିଆଁ ହସେ । ପଣ୍ଡିତ ଜବାହର ଲାଲ ନେହେରୁଙ୍କର ଏହି ଭାବନାକୁ ପ୍ରତ୍ୟକ୍ଷରେ ରୂପ ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଅତି ଆଦରର ସହିତ ପାଳନ କରିଥିଲେ ଶିଶୁ ଦିବସ । ଏହି ଅବସରରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଫୁଲ ଚାଉଳ ପକାଇ ପିଲାମାନଙ୍କୁ ଆଶିର୍ବାଦ କରିବା ପରେ ସେମାନଙ୍କର ମନୋରଞ୍ଜନ କରିବା ପାଇଁ ଗୀତ ମଧ୍ୟ ଗାନ କରିଥିଲେ । ସଭା କାର୍ଯ୍ୟର ପ୍ରାରମ୍ଭରେ ମନ୍ତ୍ରୋ ଚାରଣ ସାଙ୍ଗକୁ ସ୍ଵାଗତ ସଙ୍ଗୀତ ଗାନକରାଯାଇ ପରିବେଶକୁ ମୁଖରିତ କରାଯାଇଥିଲା । ଭାଷଣ ମାଧ୍ୟମରେ ନେହେରୁଙ୍କର ଜୀବନୀ, ଗୁଣ, ଆଦର୍ଶ ଏବଂ ଦେଶଭକ୍ତି ବିଷୟରେ ଭାଷଣ ପ୍ରଦାନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ସଭାପତିତ୍ବ କରିଥିବାବେଳେ ଯୁଧିଷ୍ଠିର ପାଇକ, ନୀଳକଣ୍ଠ ନାୟକ, ବିରଞ୍ଚି ମଣ୍ଡଳ, କେଦାରନାଥ କର, ସୁଷମା ବlଣୁଆରlୟୀ,ବିରଜା ମାଳିନୀ ନାୟକ, ତାରିଣୀ ଚରଣ ମଣ୍ଡଳ, ଉଷା ରାଣୀ ଜାନି ଏବଂ ଯୁଧିଷ୍ଠିର ପାଇକ ଆଦି ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସଭାକୁ ସଫଳ କରାଇଥିଲେ । ପରିଶେଷରେ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଭୋଜି ଭାତର ଆୟୋଜନ କରାଯାଇଥିଲା ।