ରାଇରଙ୍ଗପୁର(ଉତ୍ତମ ରାମ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ନିମଡିହି ନିକଟସ୍ଥ ଭଗାବନ୍ଦି ବିର୍ଷା ଛୋକ ଠାରେ ଆଜି ସ୍ବତନ୍ତ୍ର ସେନାନୀ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ବିର୍ଷା ମୁଣ୍ଡାଙ୍କ ପ୍ରତିମୁର୍ତ୍ତି ସ୍ଥାପିତ ହୋଇ ଯାଇଛି । ବୀର ବିର୍ଷା ମୁଣ୍ଡା କ୍ଲବ ଭଗାବନ୍ଦି ପକ୍ଷରୁ ଆୟୋଜିତ ଏହି ପ୍ରତିମୁର୍ତ୍ତି ଉନ୍ମୋଚନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଭଗବାନ ବିର୍ଷା ମୁଣ୍ଡାଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କରିଥିଲେ । ପ୍ରତିମୁର୍ତ୍ତି ଉନ୍ମୋଚନ ବେଳେ ତାଙ୍କ ସହିତ ତିରିଂ ବ୍ଲକ ୨୦ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଜାମଦା ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଦିବାସୀଙ୍କ ପାରମ୍ପାରିକ ବାଦ୍ୟ ନୃତ୍ୟରେ ମୁଖ୍ୟ ଅତିଥୀଙ୍କୁ ପାଛୋଟି ନିଆଯାଇଥିବା ବେଳେ ପ୍ରତିମୁର୍ତ୍ତି ଉନ୍ମୋଚନ ପରେ ଏଠାରେ ଅନୁଷ୍ଠଠିତ ସାଧାରଣ ସଭାରେ ଯୋଗ ଦେଇ ଅତିଥୀ ଗଣ ଭଗବାନ ବୀର ବିର୍ଷା ମୁଣ୍ଡାଙ୍କ ବୀରତ୍ବ ଓ ଜୀବନୀ ବିଷୟରେ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାର ଧରତୀ ଆବା ବୀର ବିର୍ଷା ମୁଣ୍ଡାଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବାକୁ ଘଷଣା କରିଥିବା ବେଳେ ପ୍ରଥମ କ୍ରାନ୍ତିକାରୀ ସିଦୋ-କାହ୍ନୁ, ଫୁଲୋ, ଝାନୋ ପରି ଅନ୍ୟାନ୍ୟ ଆଦିବାସୀ ବୀର ପୁରୁଷମାନଙ୍କୁ ମଧ୍ୟ ସରକାଙ୍କ ପକ୍ଷରୁ ସମ୍ମାନ ପ୍ରଦାନ କରାଯିବା ନେଇ ଅତିଥୀ ଗଣ ଦାବି ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାମଦା ବ୍ଲକର ପୂର୍ବତନ ଅଧ୍ୟକ୍ଷ କାରାନ ମାର୍ଣ୍ଡି, ପୂର୍ବତନ ସରପଞ୍ଚ ଛଟରାୟ ଟୁଡୁ, ଭଗାବନ୍ଦି ସମିତି ସଭ୍ୟ ଭୀମ ମାର୍ଣ୍ଡି, ବିକ୍ରମ ହାଁସଦାଃ, ଲାଲମୋହନ ବାରିକ, ସୁକୁମାସି ମାର୍ଣ୍ଡି ଏବଂ ମାନସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ବୀର ବିର୍ଷା କ୍ଲବ ସଭାପତି ନାୟକା ହେମ୍ବ୍ରମ, ସଂପାଦକ ସୁଗଦା ମୁଣ୍ଡା ଏବଂ ନାଏକେ ବାବା ପୂଜକ ସାଲୋ ମାର୍ଣ୍ଡି ପ୍ରମୁଖଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ଭଗାବନ୍ଦି, ନିମଡିହି ଏବଂ ନିଶ୍ଚିନ୍ତପୁର ଗ୍ରାମବାସୀ’ଙ୍କ ସହ ଆଖପାଖ ଗ୍ରାମର ମହିଳା, ପୁରୁଷମାନେ ପାରମ୍ପାରିକ ପରିଧାନରେ ଉପସ୍ଥିତ ରହିଥିଲେ ।