ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ କିଆକଛାର ଗ୍ରାମରେ ପ୍ରତିବର୍ଷ ପରି ଏବର୍ଷ ବି ଆନନ୍ଦ ଉଲ୍ଲାସରେ ପବିତ୍ର କାର୍ତ୍ତୀକ ପୂଜା ଅନୁଷ୍ଠିତ ହୋଇଯାଇଅଛି । ବିଗତ ଦଶ ବର୍ଷ ପୁର୍ବେ କିଛି ଧାର୍ମିକ ଶ୍ରଧାଳୁ ଗ୍ରାମବାସୀଙ୍କ ପ୍ରଚେଷ୍ଟା ଆରମ୍ଭ ହୋଇଥିବା ଏହି କାର୍ତ୍ତୀକ ପୂଜାରେ ବର୍ତ୍ତମାନ ସମସ୍ତ ଗ୍ରାମବାସୀମାନେ ସାମିଲ ହୋଇ ମହା ଆଡମ୍ବରରେ ଏହି ପୂଜା ଉତ୍ସବକୁ ପାଳନ କରୁଛନ୍ତି । କାର୍ତ୍ତୀକ ମାସର ଶେଷ ଭାଗରେ ପଞ୍ଚକ ପାଞ୍ଚ ଦିନ ଧରି ସମସ୍ତ ଗ୍ରାମବାସୀ ଏହି ପୂଜାକୁ ପାଳନ କରିଥାନ୍ତି । ଗତ ୧୦ ତାରିଖ ଅଁଳାନବମୀ ତିଥିରେ କଳସ ଶୋଭାଯାତ୍ରା କରି ପୂଜା ଆରମ୍ଭ କାରାଯାଇଥିଲା । ଏହି କଳସ ଶୋଭାଯାତ୍ରା କିଆକଚ୍ଛାର ଗ୍ରାମ ସହ ଆଖପାଖ ଅଞ୍ଚଳର ମହିଳାମାନେ ସାମିଲ ହୋଇଥିବା ଦେଖାଯାଇଥିଲା । ଆଜି ପୁର୍ଣମୀ ତିଥିରେ ପୁର୍ଣାହୁତି ପଡିବା ସହ ଅର୍ନ ପ୍ରସାଦର ଆୟୋଜନ କରାଯାଇଥିଲା । କିଆକଚ୍ଛାର ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଏହା ଏକ ବିଶେଶ ପର୍ବ ରୁପେ ପାଳନ କାରାଯାଇଥାଏ । ଏହି ପୂଜା ଉତ୍ସବ କିଆକଚ୍ଛାର ଗ୍ରାମରେ ବେଶ ଆଧ୍ୟାତ୍ମିକ ପରିବେଶ ଓ ଉତ୍ସାହ ସୃଷ୍ଟି କରିଥାଏ ।