ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ମନରେଗା ଯୋଜନା କାର୍ଯ୍ୟ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶୁକ୍ରବାର ଦିନ ଗ୍ରାମ ସଭା ଜରୀଆରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଡିଇଓ ନିଥେନିୟେଲ ଚାଲାନ ସେଟ୍, ନାଏବ ସରପଞ୍ଚ ହର୍ଷ ବର୍ଦ୍ଧନ ବସ୍ତିରାୟ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଗାଁ ସାଥୀ ଓ ମ୍ୟାଟମାନେ ଯୋଗ ଦେଇଥିଲେ । ଏହି ପଞ୍ଚାୟତ ୨୦୨୩-୨୪ ଆର୍ଥିକ ବର୍ଷରେ କଣ ସବୁ ମନରେଗା କାର୍ଯ୍ୟ ହୋଇଛି ସେ ସମ୍ପର୍କ ରେ ସମୀକ୍ଷା କରାଯାଇ ଥିଲା l ଅନେକ ଯୋଗ୍ୟ ହିତାଧିକାରୀମାନେ ଆଜି ଯାଏଁ ଆବାସ ଯୋଜନାରେ ସାମିଲ ହୋଇ ନ ଥିବାରୁ କିଛି ସମୟ ହଟ୍ଟ ଗୋଳ ହୋଇଥିଲା l ପୋଇଗୁଡାର ଗାଁ ସାଥୀ ସଠିକ୍ କାର୍ଯ୍ୟ ତୁଲାଉ ନ ଥିବା ନେଇ ଅଭିଯୋଗ ହୋଇଥିଲା l ପଲ୍ଲୀ ସଭାରୁ ପାରିତ ହୋଇ ସାମୂହିକ ଓ ବ୍ୟକ୍ତିଗତ ଭାବେ ଆଗତ ନୁଆଁ ପ୍ରକଳ୍ପ ଗୁଡ଼ିକୁ ସମସ୍ତଙ୍କ ସମ୍ମୁଖରେ ପଠନ କରାଯାଇ ଥିଲା ଏବଂ ଆବଶ୍ୟକୀୟ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ମତ ପ୍ରକାଶ ପାଇଥିଲା । ଶେଷରେ ସରପଞ୍ଚ ଶ୍ରୀମତୀ ମଲ୍ଲିକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।