ସୁନ୍ଦରଗଡ଼ ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ନଭେମ୍ବର ୧୪ ତାରିଖ ଅପରାହ୍ନ ୩ ଘଟିକା ସମୟରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ମହା ଆଡମ୍ବର ସହକାରେ ଶିଶୁ ଦିବସ ପାଳନ କରିଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ କୁମାର ସିଂ ମହୋଦୟ ଯୋଗ ଦେଇ କୁନି କୁନି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ତେବେ ଏହି ଉତ୍ସବ ଜଗନ୍ନାଥଙ୍କୁ ସମର୍ପଣ କରି ଆରମ୍ଭ ହୋଇଥଲା । ଏହି ଉତ୍ସବରେ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଦେଇ ଉତ୍ସବକୁ ଆଗେଇ ନେଇଥିଲେ । ତେବେ ଏହି ଅବସରରେ ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ତାର ବାର୍ଷିକ କ୍ରୀଡ଼ା ଉତ୍ସବର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲା । ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସେକ୍ରେଟାରୀ ରାଜ କିଶୋର ଷଡ଼ଙ୍ଗୀ, ଟ୍ରଷ୍ଟି ମେମ୍ବର ବରିଷ୍ଠ ଆଇନଜୀବି ନିମାଇଁ ଚରଣ ନାଏକ, ବେଣୁ ମାଧବ ତ୍ରିପାଠି, ଅଧ୍ୟକ୍ଷା ହରିପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରା ଯାଇଥିଲା l ରାଜ୍ଯସ୍ତରୀୟ ପ୍ରତିଯୋଗିତା ଆର୍ଚେରୀ, ବ୍ୟlଡମିଣ୍ଟନ ଓ ବକ୍ସିଂ ଖେଳରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଏଵଂ ବିଦ୍ୟାଳୟରେ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା l ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଦ୍ଵାରା ଉତ୍ସବକୁ ଅଧିକ ରୁଚିକର ହୋଇଥିଲା l