ହାଇଦ୍ରାବାଦରେ ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ….

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ରାୟଗଡ଼ ଗ୍ରାମର ଯୋହନ କୁମାର ବର୍ଦ୍ଧନ ଦୀର୍ଘ ପ୍ରାୟ କୋଡିଏ ବର୍ଷ ଧରି ଦାଦନ ଖଟିବାକୁ ସୁଦୂର ହାଇଦ୍ରାବାଦ ଯାଇ ସେଠାରେ ଏକ କମ୍ପାନୀରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାରର ପରିପୋଷଣ କରି ଆସୁଥିଲେ । କୌଣସି କାରଣରୁ ଦୀର୍ଘ ଦିନ ଧରି ସେ ଶାରୀରିକ ଅସୁସ୍ଥତା ଅନୁଭବ କରି ହାଇଦ୍ରାବାଦରେ ଚିକିତ୍ସା କରିବାକୁ ଯୋଜନା କରିବା ବେଳେ ଆର୍ଥିକ ସମସ୍ୟା କାରଣରୁ ତାହା ସମ୍ଭବ ହୋଇନଥିଲା । ତେଣୁ କିଛି ଦିନ ତଳେ ବିଶାଖାପାଟଣା ସ୍ଥିତ କେ.ଜି.ହେଚ ନାମକ ଏକ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉ ଥିଲେ । ଆଜି ଗୁରୁବାର ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ  ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବ ସୂଚନା ରହିଛି । ପରିବାରର ଆର୍ଥିକ ସ୍ଥିତି ସ୍ଵଛଳ ନଥିବା ହେତୁ ଗ୍ରାମର ଜଣେ ଲୋକଙ୍କ ଠାରୁ ପଇସା ଉଦ୍ଧାର ମାଗି ମୃତ ଶରୀର ରାୟଗଡ ଗ୍ରାମକୁ ଆଣୁ ଥିବା ପରିବାର ଲୋକେ ଗଣ ମାଧ୍ୟ୍ୟମକୁ ସୂଚନା ପ୍ରଦାନ କରି ସରକାରଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଅନୁରୋଧ କରିଥିବା ଜାଣିବାକୁ ମିଳିଛି ।