ବାଲିଗୁଡା(ସିବନ୍ତ ଦିଗାଲ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଆଜି କାର୍ତ୍ତିକ ମାସର ଶେସ ସୋସମବାର ଥିବାରୁ ଆଜି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷରେ ମଧ୍ୟ ବାଲିଗୁଡା ଅଞ୍ଚଳର ବିଭିନ୍ନ ଧରମ ପିଠମାନଙ୍କରେ ସତାଧିକ ଭକ୍ତ ଭଗବାନଙ୍କୁ ଦର୍ଶନ ପାଇଁ ଯାଇଥାନ୍ତି । ଆଜି ବାଲିଗୁଡା ଅଚ୍ୟୁତାନନ୍ଦଙ୍କ କାର୍ଯ୍ୟକ୍ରମ ମଧ୍ୟ୍ୟ ଅନୁଷ୍ଠିତ କରାଯାଇଛି । ମହାପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ହରେ କୃଷ୍ଣ ହରେ ରାମ ନାମ ଜପ କରି କୀର୍ତନ ମାଧ୍ୟମରେ ସନ୍ଦ୍ୟା ଆଳତି ଦେଇଛନ୍ତି । ବାଲିଗୁଡା ପ୍ରଶାସନ ଏବଂ ରାଜ୍ୟ ସରକାର ଧ୍ୟାନ ଦେଇଥିବାରୁ ବାଲିଗୁଡାର ଜଗନ୍ନାଥ ମନ୍ଦିର ବହୁ ଉନ୍ନତି କରଣ କରି ବିଭିନ୍ନ ଆଲୋକିତ ସୁସଜିତ ହୋଇଛି ।