ଦାରିଙ୍ଗବାଡି (ଆଶୋକ ସିଂ): କାର୍ତ୍ତିକ ମାସର ଶେଷ ସୋମବାରରେ ବିଭିନ୍ନ ଶୈବ ପୀଠ ମାନଙ୍କ ଭିଡ଼ ଜମି ଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁର ବାବା ମୁକ୍ତେଶ୍ଵର ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଭୋର ସକାଳୁ ଭକ୍ତମାନେ ମଙ୍ଗଳ ଆଳତୀ ସହ ସଂକୀର୍ତ୍ତନ ମଣ୍ଡଳୀ ହରେ କୃଷ୍ଣ ହରେ ରାମ ନାମ ଜପି ଜପି ନଗର ପରିକ୍ରମା କରିଥିଲେ । ସେହିପରି ଗଦାପୁରାର ନୀଳକଣ୍ଠେଶ୍ଵର ମନ୍ଦିର, ସୋନପୁରର ବାବା ଜଳେଶ୍ଵର ମନ୍ଦିର ଏବଂ ଋଷିମାଳ ପର୍ବତର ବାବା କର୍ଦ୍ଧମେଶ୍ୱରଙ୍କ ପୀଠରେ ଭକ୍ତ ଙ୍କ ଭିଡ଼ ଜମିଥିବା ଦେଖିବା ମିଳିଛି । ଏହି ଅବସରରେ କନ୍ଧମାଳ ଜିଲ୍ଲାକୁ ଲାଗିଥିବା ସୀମାନ୍ତ ଅଞ୍ଚଳ ଗଞ୍ଜାମ ଗଜପତି ଓ ରାୟଗଡା ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଆସି ବିଭିନ୍ନ ଶୈବ ପୀଠ ଦର୍ଶନ କରିଥିବା ଦେଖିବାକୁ ମିଳିଛି । ସମସ୍ତ ଶୈବ ପୀଠରେ ପାରମ୍ପାରିକ ରୀତି କାନ୍ତି ଅନୁଯାୟୀ ପୁଜା ଅର୍ଚ୍ଚନା କରାଯାଇ ଥିବା ବେଳେ ଶାନ୍ତି ଶୃଙ୍ଖଳାର କାର୍ଯ୍ୟ ସମ୍ମାପନ ହୋଇ ଥିବା ଜଣା ପଡ଼ିଛି ।