ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ କେଉଟ ସାହି ପବିତ୍ର କାର୍ତ୍ତିକ ମାସ ଅବସରରେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଛି । ପବିତ୍ର ଅଁଳାନବମୀ ସକାଳୁ ସାହିର ଶତାଧିକ ମହିଳା ଓ ପୁରୁଷ ଘଣ୍ଟ ବାଦ୍ୟ ବାଦନ ରେ ଘୋଡ଼ାହାଡ ନଦୀରୁ କଳସ ଯାତ୍ରା କରି ଶୁଭ କଳସ ସ୍ଥାପନ ହୋଇଥିଲା । ପରେ ପୁରୋହିତ କିଶୋର ଚନ୍ଦ୍ର ପାଠୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କର୍ତ୍ତାଭାବେ ବାବୁଲା ବେହେରା କାର୍ଯ୍ୟ କରିଥିଲେ ଏହି ପୂଜା ଅଁଳାନବମୀରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୫ତାରିଖ କାର୍ତ୍ତିକ ପୂର୍ଣ୍ଣିମା ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଓ ୧୭ତାରିଖରେ ବିସର୍ଜନ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆଜିର କଳସ ଯାତ୍ରା ସମୟ ରେ ମାନସ ବେହେରା, ଘନଶ୍ୟାମ ବେହେରା, ହିମାଂଶୁ ବେହେରା, ଶିଶିର ପାତ୍ର, ମଇନା ବେହେରା, ସ୍ୱାଧୀନ ବେହେରା , ସିଲୁ ବେହେରା, ଟୁକୁ ବେହେରାଙ୍କ ସମେତ ସାହିର ଯୁବକ ମହିଳା ଓ ପୁରୁଷ ସାମିଲ ହୋଇଥିଲା ।