ସୀମାଞ୍ଚଳକୁ ଗଡ଼ିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରୁ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳକୁ ଓଏସ୍ଆରଟିସ ପକ୍ଷରୁ ନୂତନ ବସ୍ ସେବା ଆରମ୍ଭ ହୋଇଛି । ଭଞ୍ଜନଗର ବସଷ୍ଟାଣ୍ଟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବସ ସେବାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଭୌଗଳିକ ଦୃଷ୍ଟି କୋଣରୁ ଭଞ୍ଜନଗର ସ୍ଥାନ ଗୁରୁତ୍ବପୂର୍ଣ୍ଣ ରହିଥିବାରୁ ନୂତନ ଭଲୋଭ ବସ୍ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଖୁବ୍ କମ୍ ଦିନ ମଧ୍ୟରେ ସୀମାଞ୍ଚଳକୁ ଯିବା ପାଇଁ ଏକ ଅତ୍ୟାଧୁନିକ ସେବା ଉପଲବ୍ଧ ଥିବା ବସ୍ ଆଜି ଶୁଭାରମ୍ଭ ହୋଇଥିବା ସେ କହିଥିଲେ । ଲମ୍ବା ରାସ୍ତା ଯାତ୍ର ପାଇଁ ଛୋଟ ଗାଡି ଅପେକ୍ଷା ବସ ଗୁରୁତ୍ବ ଅଧିକ ରହିଥିବା ବେଳେ ଲୋକଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଥିବା ବସ୍ ବ୍ୟବସ୍ଥା କରିବା ଆମ ଦାୟିତ୍ବ ରହିଥିବା ବେଳେ ଆଗାମୀ ଦିନରେ ଦୂରଗାମୀ ଯାଉଥିବା ରୁଟ୍ରେ ଆଉ ୪ଟି ଭଲୋଭ ବସ୍ ଦେବା ପାଇଁ ପ୍ରୟାସ ରହିଥିବା ଶ୍ରୀ ନାୟକ କହିଥିଲେ । ଏଥିରେ ଉପସ୍ଥିତ ରହିଥିବା ଜନପ୍ରତିନିଧି, ମହିଳା ଓ ସ୍ଥାନୀୟ ଜନସାଧାରଣ ପ୍ରଥମକରି ଯାତ୍ରା କରିବା ସହ ମା ସୋରଦେବୀ ପୀଠଙ୍କୁ ଅତିଥିଙ୍କ ସହ ଯାଇ ଦର୍ଶନ କରିଥିଲେ । ଏହାପରେ ଯାତ୍ରୀଙ୍କୁ ନେଇ ଏହା ସୀମାଞ୍ଚଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଥିସହ ଭଞ୍ଜନଗର ଓଏସ୍ଆରଟିସି ଡିଭିଜନକୁ ଅଧିକା ଗାଡି ଦେବାକୁ ପ୍ରସ୍ତାବ ଦେବା ସହ ଏହାର ଉନ୍ନତି ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଓଏସ୍ଆରଟିସି  ପକ୍ଷରୁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ୍  ସେବାରେ ଏହି ନୂତନ ବସ୍ ଚଳାଚଳ କରିବାକୁ ଥିବା ବେଳେ ସରକାରୀ ଧାର୍ଯ୍ୟ ଅନୁଯାୟୀ ଏହାର ଟିକଟ ରହିଥିବା ବେଳେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା ରହିଛି । କାଯ୍ୟକ୍ରମରେ ଅତିଥି ଭାବେ ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି, ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଡିଟିଏମ୍ ଅଂଶୁମାନ ସ୍ବରୂପ ପ୍ରମୁଖ ମଞ୍ଚାସୀନ ରହିଥିଲେ ।