ଏଏସ୍ଆଇଙ୍କ ବାଦନ୍ୟତା, ଅସହାୟ ବୃଦ୍ଧାଙ୍କୁ ନିଜ କୋଳରେ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଲେ ସସ୍ମିତା…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମର ଜଣେ ବୃଦ୍ଧା ଦୀର୍ଘ କିଛି ବର୍ଷ ଆଗରୁ ଆସି ସେହି ଗ୍ରାମର ବୃଦ୍ଧଙ୍କ ସହିତ ଏକ ଝୁପୁଡି ଘରେ ରହି ଆସୁଥିଲେ । ଉଭୟ ବୃଦ୍ଧ ଦମ୍ପତି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ବେଳେ କିଛି ମାସ ହେବ ବୃଦ୍ଧା ଜଣକ ଆଉ ଚାଲି ବୁଲି ନପାରି ଶଯ୍ୟାଶାୟୀ ହୋଇ ପ଼ଡିରହିଥିଲେ । ଧରୂଆଡିହି ଥାନାର ମହିଳା ଏଏସ୍ଆଇ ସସ୍ମିତା ନାଗ କୌଣସି ସୂତ୍ରରୁ ଏହି ଖବର ପାଇ ବୃଦ୍ଧ ଦମ୍ପତିଙ୍କ ଘରେ ପହଞ୍ଚି ତାଙ୍କୁ ନିଜ କୋଳରେ ଧରି ନିକଟସ୍ଥ ମଝାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ଘରେ ଛାଡିଥିଲେ । ଏଏସ୍ଆଇ ସସ୍ମିତା ନାଗଙ୍କ ଏଭଳି ମହାନ କାର୍ଯ୍ୟ ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି ।