ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଈଠ ପଦର୍ ଛକ ନିକଟରେ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ଯୁବକ ଆହତ ହୋଇଛନ୍ତି l ବାଇକ ଯୋଗେ ଦୁଇ ଯୁବକ ରାୟଗଡ଼ରୁ କାଇଁପୁର ଅଭୀ ମୁଖେ ଯାଉଥିଲେ । ଗାଡ଼ିଟି ରାସ୍ତାର ଆର ପଟେ ବାଡେଇ ହେଇଥିଲା । ଆହତ ଯୁବଜମାନେ ହେଲେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କାଇଁପୁର୍ ପଞ୍ଚାୟତର ଆଡ଼ା ଲୀଙ୍ଗି ଗ୍ରାମର ଜକ୍ଷ ଶବର (୩୫) ଓ ତାରଲୀଙ୍ଗୀ ଗ୍ରାମ ଗରସାଙ୍ଗ ଗମାଙ୍ଗ (୪୫) l ସେମାନଙ୍କୁ ସ୍ତାନୀୟ ଲୋକଙ୍କ ସହଯୋଗରେ ଅଗ୍ନିସମ ବାହିନୀ ଉଧାର କରି ରାୟଗଡ଼ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା l ସେ ମାନଙ୍କର ଅବସ୍ଥା ସଙ୍କଟ ପୁର୍ଣ୍ଣ ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରା ଯାଇଥିବା ବେଳେ ଘଟଣା ସ୍ଥଳ ରାୟଗଡ଼ ଥାନ ଅଧିକାରି ପହଂଚି ଘଟଣାର ଯାଞ୍ଚ କରି ଥିଲେ l