ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗିଆ ଠାରେ ଆଜି ଓଡିଶା ମୋଟର ଚାଳକ ସଂଙ୍ଗ ଜିଲ୍ଲା କମିଟିର ଏକ ସଭା ଅନୁଷ୍ଠିତ ହୋଇଥିଲା I ଆଗାମୀ ଦିନରେ ଉକ୍ତ କମିଟି ସୁଦୃଡ଼ କରିବା ପାଇଁ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ I 

ଏହି ସଭାରେ ମୁଖ୍ୟଥିତି ଭାବେ ଓଡିଶା ମୋଟର ଚାଳକ ସଂଙ୍ଗ କନ୍ଧମାଳ ଜିଲ୍ଲା ସଭାପତି ବାସବ କଂହଁର, ଉପ ସଭାପତି ସୁରେଶ ପ୍ରଧାନ, ଉପଦେଷ୍ଟା ଫିଲିପ କୁମାର ଦିଗାଲ, ସମ୍ପାଦକ ମୋନଜ ପ୍ରଧାନ, ଅଭିରାମ ଦିଗାଲ ଏବଂ କନ୍ଧମାଳ ଜିଲ୍ଲା ୧୦ଟି ଶାଖାର ସଭାପତି, ଉପସଭାପତି ଓ ସମସ୍ତ କର୍ମ କର୍ତ୍ତା ଯୋଗ ଦେଇ ସଂଘକୁ କିପରି ଭାବରେ ଆଗକୁ ନିଆଯିବ ସେନେଇ ନିଜର ମତାମତ ପ୍ରଦାନ କରିଥିଲେ I