ଅର୍ଦ୍ଧନିର୍ମିତ ଅବସ୍ଥାରେ ବେଳଘର ଗ୍ରାମପଞ୍ଚାୟତର ପଞ୍ଚାୟତ ଗୃହ, ଯଥା ଶୀଘ୍ର ନିର୍ମାଣ କାମ ସାରିବା ପାଇଁ ଦାବୀ କଲେ ସ୍ଥାନୀୟ ବାସୀନ୍ଧା…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତର ନିର୍ମାଣାଧିନ ପଞ୍ଚାୟତ ଗୃହ ଦୀର୍ଘ ଦିନ ହେବ ଅଧ୍ୟାପନ୍ତରୀଆ ହୋଇ ପଡି ରହି ଥିବାର ଅଭିଯୋଗ ହୋଇଛି I ଦୀର୍ଘ ଦିନ ହେଲା ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ I ତୁମୁଡିବନ୍ଧ ବ୍ଲକର ବେଲଘର ପଞ୍ଚାୟତ ଏକ ମୁଖ୍ୟ ବଜାର I
ସେଥି ପାଇଁ ଏହି ବଜାର ଉପରେ ବହୁ ଲୋକ ନିର୍ଭର କରନ୍ତି I ମୁଖ୍ୟତଃ ଏହି ବଜାର ଉପରେ ବିଲାମାଲ, ଝିରିପାଣି, ଲଂକାଗଡ, ଗୁମା ଏବଂ ବେଲଘର ଗ୍ରାମପଞ୍ଚାୟତରେ ଅବସ୍ଥିତ ଥିବା ଅଂଚଳର ହଜାର ହଜାର ଲୋକ ନିର୍ଭର କରନ୍ତି I କିନ୍ତୁ ମୁଖ୍ୟ ବଜାର ନିକଟରେ ରହିଥିବା ବେଲଘର ପଂଚାୟତ ର ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ପଡି ରହିଛି I ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନଙ୍କ ଆନ୍ତରିକତା ଅଭାବରୁ ଗୃହଟି ଅର୍ଦ୍ଧ ନିର୍ମିତ ହୋଇ ରହି ଥିବା ସ୍ଥାନୀୟ ବାସୀନ୍ଧା ମତପ୍ରକାଶ କରିଛନ୍ତି I କିଛି ସ୍ଥାନୀୟ ନେତା ଗୋଷ୍ଠୀ ଉନ୍ନୟନଙ୍କ ପ୍ରିୟପାତ୍ର ହୋଇ ବ୍ଲକରେ ନିଜର ଦବଦବା ବଢ଼ାଉଥିବା ବେଳେ ଅସଲ ବିକାଶ ମୂଳ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି ବୋଲି ସ୍ଥାନୀୟ ବୁଧିଜୀବୀ ମହଲରେ ମତପ୍ରକାଶ ପାଇଛି I ତେଣୁ ବେଳଘର ଗ୍ରାମ ପଞ୍ଚାୟତ ସମେଟେ ଗୁମ୍ମା,ବିଲାମାଲ, ଝିରିପାଣି, ଲଂକାଗଡ ଇତ୍ୟାଦି ଗ୍ରାମପଞ୍ଚାୟତ ଅଂଚଳରେ ବିକାଶ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୁଦ୍ଧିଜୀବୀ ଦାବୀ କରିଛନ୍ତି I ଏହା ସହ ବେଲଘର ପଞ୍ଚାୟତର ପଂଚାୟତ ଗୃହର ନିର୍ମାଣ କାମ ଯଥା ଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି I ଏହି ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ନେବା ପାଇଁ କଲ କରିଥିବା ବେଳେ ଯୋଗା ଯୋଗ ହୋଇ ପାରିନ ଥିବାରୁ କୌଣସି ମତାମତ ମିଳି ପାରି ନାହିଁ I