କୁଲାଡ଼ରେ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ୍ କୁଲାଡ ସ୍ଥିତ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର ସହକାରେ ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା । ଜାଜାହର ମହାରାଜ, ଅବଧୂତ ମହାରାଜ, ଆଶ୍ରମ ମହାରାଜ, ଗୋସ୍ବାମୀ ମହାରାଜ, ରାଧାକାନ୍ତ ମହାରାଜ ପ୍ରମୁଖ ସାଧୁ ଆସିଥିବା ବେଳେ ବ୍ରହ୍ମଚାରୀମାନେ ପ୍ରବଚନ ଦେଇଥିଲେ । ଏଥିରେ ଅତିଥି ଭାବେ ରାଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସମାଜରେ ଶୃଙ୍ଖଳା ଓ ସତଜ୍ଞାନ ଆଡକୁ ଗତି କରିଥାଏ । ସତସଙ୍ଗରେ ଯେଉଁ ଆନନ୍ଦ ରହିଛି ତାହା ଦୁନିଆର କୌଣସି ଜିନିଷରେ ମଧ୍ୟ ସେହି ଆନନ୍ଦ ମିଳିପାରିବନାହିଁ ବୋଲି ଶ୍ରୀ ଜେନା କହିଥିଲେ । ଅନ୍ୟତମ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ନିଜକୁ ଠାକୁରଙ୍କ ନିକଟରେ ସର୍ମପଣ କଲେ ହିଁ ପ୍ରକୃତ ଜୀବନର ମୂଲ୍ୟବୋଧ ହାସଲ କରିପାରିବା ବୋଲି କହିଥିଲେ । ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ସଙ୍ଗଠକ ନୀଳମାଧବ ପାତ୍ର, ଧୋବା ଗୌଡ, ମାନସ ଜେନା, ଶିବ ଶଙ୍କର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ବ୍ରହ୍ମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପରେ ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୭୩୦ ପ୍ରକାରରୁ ଉର୍ଦ୍ଧ ମିଷ୍ଠାନ୍ନ, ଭୋଗ, ପ୍ରସାଦ ଆଦି ଅର୍ପଣ କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଗୁରୁ ଶ୍ୟାମଘନ ଦାସ, ପରମେଶ୍ୱର ଦାସ କୌଳାସ ଦାସ, ଅରକ୍ଷିତ ପରିଚ୍ଛା, କେଶବ ଦାଶ, ଶ୍ୟାମାନନ୍ଦ ଦାସ, ଜୀବନ ଦାସ, ଅଶୋକ ପାତ୍ର, ଅଶୋକ ଦାସ ଓ କୁଲାଡ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।