ଆମ୍ବ କୋଇଲି ଜାଉ ଖାଇ ୨ମୃତ ଓ ୬ଅସୁସ୍ଥ ଘଟଣା, ସମବେଦନା ଜଣାଇବାକୁ ପହଞ୍ଚିଲେ କଂଗ୍ରେସ ର ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପ୍ରତିନିଧି ଦଳ….
ଦାରିଙ୍ଗବାଡି (ଆଶୋକ ସିଂ): ବହୁ ଚର୍ଚ୍ଚିତ ଆମ୍ବ କୋଇଲିରୁ ପ୍ରସ୍ତୁତ ଜାଉ ଖାଇ ୨ମୃତ ଓ ୬ ଅସୁସ୍ଥ ଥିବା ଖବର ପାଇ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଣ୍ଡିପଙ୍କାରେ ପହଞ୍ଚି ମୃତକ ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସେ ପ୍ରଥମେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ପିଡିତଙ୍କୁ ସାକ୍ଷାତ କରି କରି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝି ଥିଲେ ପରେ ମାଣ୍ଡିପଙ୍କା ଗ୍ରାମକୁ ଯାଇ ପୀଡ଼ିତ ପରିବାରକୁ ଓ ଗ୍ରାମ ବାସୀମାନଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରି ଫେରି ଥିବା ଜଣାପଡିଛି । ତାଙ୍କର ଏହି ଗସ୍ତ ସମୟରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ପୁର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ କାର୍ଯ୍ୟକାରୀ ଜିଲ୍ଲା ସଭାପତି ଚନ୍ଦ୍ର ପରିଡ଼ା, ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାୟକ, ବ୍ଲକ ସଭାପତି ସନ୍ତୋଷ ପ୍ରଧାନ, ସମିତି ସଭ୍ୟା ରୂଦା ମଲ୍ଲିକ, ବରିଷ୍ଠ କର୍ମୀ ସୁରେନ୍ଦ୍ର ସାହୁ, କ୍ଳେଶ ପ୍ରଧାନ, ବିଧାୟକ ପ୍ରତିନିଧି ପିଟର ଦିଗାଲଙ୍କ ସମେତ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l