ରାୟଗଡ଼ରେ ବିଜେଡ଼ିର ଜନସଂପର୍କ ପଦ ଯାତ୍ରା ଅନୁଷ୍ଠିତ…

ରାଇଗଡ(ଟିକି ଲିମା): ବିଜେପିର ପ୍ରତାରଣାକୁ ନେଇ ଗର୍ଜିଲେ ନେତା ଓ କର୍ମୀ l ରାୟଗଡରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି l ବିଜେଡି ସଭପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏବିଂ ବିଜେଡି ଜିଲ୍ଲା ସଭାପତିଙ୍କ ନେତୃତରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ ବିଜେଡିର ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ । ରାୟଗଡ଼ ବ୍ଲକ ସମ୍ମୁଖ ଠାରୁ ବୁରୁଜାଙ୍ଗର ଶତାଧିକ ସଂଖ୍ୟକ ବିଜୁ ପ୍ରେମି ଏଥିରେ ସାମିଲ୍ ହଇଥିଲେ । କର୍ମୀ ଓ ନେତା ବ୍ଲକ୍ ସମ୍ମୁଖରୁ ବାହାରି ବୁରୁଜାଙ୍ଗ ପର୍ୟ୍ୟନ୍ତ ଜନ୍ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରା ସମୟରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟରେ ସରକାର ଆସିଲେ ସମସ୍ତ ବର୍ଗର ଭତା ଧାରୀଙ୍କୁ ତିନି ହଜାର ଟଙ୍କାରୁ ଅଧିକ ପ୍ରଦାନ, ତିନିଶହ ୟୁନିଟ ବିଜୁଳି ଛାଡ, ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ପ୍ରଦାନ, ଚିଟଫଣ୍ଡ ଟଙ୍କା ପ୍ରଦାନ, ଓଡ଼ିଆ ଅସ୍ମିତା, ମଦ ମୁକ୍ତି ଓଡିଶା, ମୋହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଅଳଙ୍କାରର ଗଣତି କରିବା ଭଳି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ତାହା ପାଳନ ନ କରି ।ଓଡ଼ିଶାବାସୀଙ୍କ ପ୍ରତି ବିଶ୍ଵାସ ଘାତକ କରିବା ସହ ସୁଭଦ୍ରା ଯଜନାରେ ପାତର ଅନ୍ତର କରି । ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ କରି ବିଜେପି ସରକାରଙ୍କ ବିରୋଧରେ ବିଭିନ୍ନ ନେତା ଓ କର୍ମୀ ସ୍ଳୋଗାନ ଦେଇ ପଦଯାତ୍ରା କରିଥିଲେ । ଉକ୍ତ ଜନସଂପର୍କ ପଦଯାତ୍ରାରେ ଗୁଣୁପୁରର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ । ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, ପୂର୍ବ ତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସ, ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗ ରାଜୁ, ମୋହନା ନିର୍ବାଚନ ମଣ୍ଡଳୀର ବିଧୟକ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷା ପୂର୍ଣବାସୀ ନାୟକ, ରା ଉଦୟଗିରି ବ୍ଲକ୍ର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ରାୟଗଡ଼ ବ୍ଲକ 13 ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି, 14 ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ନାୟକ ପୂର୍ବତନ ସମିତି ମଫିଏଲ୍ ସ୍ୱାଲସିଂ, ଜିହବା ଚିଞ୍ଚାଣି, ଅଭିଶୁର ମିଶାଲ , କାଇନ୍ ସ୍ୱାଲସିଂଙ୍କ ସମତେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ଓ ଶତାଧିକ ବିଜେଡି କର୍ମୀ ସାମିଲ ହେଇଥିଲେ l ପୂର୍ବ ସରକାରଙ୍କ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରିବା ସହ ବର୍ତ୍ତମାନ ବିଜେପି ସରକାର ନିଜର ନିର୍ବାଚନ ଇସ୍ତାହାରରେ ଦେଇଥିବା । ପ୍ରତିଶ୍ରୁତି ପାଳନ ନ କରି ପ୍ରତାରଣା କରୁଥିବା ବିଷୟରେ ନେତା ଅଭିଭାଷଣ ପ୍ରଦାନ କରିଥିଲେ ।