ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ଗ୍ରାମ ପଞ୍ଚାୟତ ସୁକେଇ ଗ୍ରାମର ଲାଙ୍ଗସୁନା ବଡରଇତଙ୍କ ପୁଅ ରିୟବିୟମ ବଡରଇତଙ୍କ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗି ଯାଇଥିବା ଖବର ପାଇ ଦମକଳ ବାହିନୀ ଓ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ ରୀୟବିୟମ । ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ କାନ୍ଥ, ଘରର ଆସବାବ ପତ୍ର ଓ ବିଭିନ୍ନ ଜିନିଷ ପୋଡ଼ି ନଷ୍ଟ ହେବା ଦେଖିବାକୁ ମିଳିଛି ।
1କ୍ଵିଣ୍ଟାଲ ଚାଉଳ, 5 କ୍ଵିଣ୍ଟାଲ ରବର ଓ 40 କ୍ଵିଣ୍ଟାଲ ଧାନ ନଷ୍ଟ ହୋଇଥିବା ରୀୟବିୟାମ ଜଣାଇଛନ୍ତି । ରାତ୍ରି ଅନିଦ୍ରା ରହି ରବର୍ ଚାଷ କରୁଥିବା ରିୟବିୟମ ନଭେମ୍ବର ମାସରେ ପ୍ରତି ବର୍ଷ ରବର ବିକ୍ରି କରିଥାନ୍ତି । ଆଗକୁ ରବର ବିକ୍ରି କରିବାକୁ ଥିବା ବେଳେ ହଠାତ୍ ଏତେ ପରିମାଣର ରବର ନଷ୍ଟ ହେବା ରିୟବିୟମଙ୍କ ଆର୍ଥିକ ପରିସ୍ଥିତିକୁ ଦୋହଲାଇ ଦେଇଛି । ଏଥିପ୍ରତି ରବର ବୋର୍ଡ ଓ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି ।ଗୁମ୍ମା ରାଜସ୍ବ ନୀରିକ୍ଷକ ଓ ରାଜସ୍ବ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ରିୟବିୟମଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।