କଣ୍ଟାମାଳ ବିଧାୟକଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ଅନୁରୋଧ ପତ୍ର ପ୍ରଦାନ…

ବୌଦ୍ଧ(ଆବବୁ ବକ୍କର ସିଦ୍ଧିକ୍ ଖାନ): ଆଜି କଣ୍ଟାମାଳ ବିଧାନସଭା ସଭା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ କହେଁଇ ଚରଣ ଡାଙ୍ଗଙ୍କୁ ଦହ୍ୟା ଗ୍ରାମ ପଂଚାୟତ ଅନ୍ତର୍ଗତ ଅମୁର୍ଡା ଗ୍ରାମ ସ୍ଥିତ ବାସ ଭବନରେ କଣ୍ଟାମାଳ ବ୍ଲକ ସ୍ତରୀୟ ଜି. ପି.ଏଲ୍. ଏଫ୍. କର୍ମୀ ସମୂହର କର୍ମକର୍ତ୍ତା, ଏମ୍. ବି. କେ., ସି. ଆର୍. ପି., ପ୍ରାଣୀମିତ୍ର, କୣଷିମିତ୍ର ଓ ବ୍ୟାଙ୍କମିତ୍ରଙ୍କ ତରଫରୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ଅନୁରୋଧ ପତ୍ର ପ୍ରଦାନ କରା ଯାଇଅଛି l ବର୍ତମାନର ବି. ଜେ. ପି. ସରକାର ସେମାନଙ୍କୁ ପ୍ରଦାନ କରିଥିବା ତୃଣମୂଳ ସ୍ତରୀୟ ସରକାରୀ କାର୍ଯ୍ୟକ୍ରମ ଗୁଡିକୁ ସମସ୍ତ କ୍ୟାଡର୍ ସୁଚାରୁ ରୂପେ ସମ୍ପଦନ କରି ଆସୁଥିଲେ ମଧ୍ୟ ଗତ ଏପ୍ରିଲ୍ ମାସ ଠାରୁ ଆଜି ପର୍ଯ୍ୟନ୍ତ( 7)ସାତ ମାସ ହେବ ମିଶନ ଶକ୍ତି ବିଭାଗ ତରଫରୁ ତାଙ୍କ ଦରମା (ପ୍ରାପ୍ୟ )ପ୍ରଦାନ କରାଯାଇ ନ ଥିବାରୁ ନିଜ ନିଜ ପରିବାର ହେଉଥିବା ଦହଗଞ୍ଜର ଦୁଃଖ ବିଷୟ ବିଧାୟକଙ୍କୁ ଅବଗତ କରାଇଥିଲେ l ବିଗତ 2024 ଏପ୍ରିଲ ମସିହା ଠାରୁ  ଅକ୍ଟେlବର ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ସହ ସେମାନଙ୍କର ସ୍ଥାୟୀ ନିଯୁକ୍ତି ପାଇଁ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଦାବୀ ଉପସ୍ଥାପନ କରିବାକୁ ବିଧାୟକଙ୍କୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା l ଶ୍ରୀଯୁକ୍ତ ଡାଙ୍ଗ ଉପସ୍ଥିତ ମାଆ ମାନଙ୍କର ଦୁଃଖକୁ ହୃଦୟଙ୍ଗମ କରି ଆସନ୍ତା ବିଧାନସଭା ସଭା ଅଧିବେଶନ ସମୟରେ ନିଶ୍ଚିତ ରୂପେ ଦାବୀ ଗୁଡିକୁ ଉପସ୍ଥାପନ କରିବେ ବୋଲି ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ l ଏହି ଅବସରରେ କଣ୍ଟାମାଳ ବ୍ଲକ ସ୍ଥରୀୟ ମିଶନ ଶକ୍ତି କର୍ମୀ ସମୂହର ସଭାନେତ୍ରୀ ଶ୍ରୀମତୀ ଗେଲବତୀ ବାଘ, ସମ୍ପାଦିକା ରାଜକୁମାରୀ ବେହେରା, ଜିଲ୍ଲା ସ୍ଥରୀୟ ମିଶନ ଶକ୍ତି କର୍ମୀ ସମୂହର ସମ୍ପାଦିକା ଶ୍ରୀମତୀ ଦୀପାଞ୍ଜଳୀ ଲୋଇ   ଓ ବୈlଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତର ଏମ୍. ବି. କେ., ସି. ଆର୍. ପି., କୣଷିମିତ୍ର, ପ୍ରାଣୀମିତ୍ର ଓ ବ୍ୟାଙ୍କମିତ୍ର ଉପସ୍ଥିତ ଥିଲେ  l