ରାଇରଙ୍ଗପୁର(ଉତ୍ତମ ରାମ): ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ କୁ ଜନମାନସରେ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ କରାଇବା ପାଇଁ ଏକ ଅଭିନଵ ପ୍ରୟାସ “ପଥଉତ୍ସବ” l ଏହି ପରିପ୍ରେକ୍ଷୀରେ ଆଜି ବାମନଘାଟି ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ମତଦାତା ସମ୍ଭନ୍ଧୀୟ ପଥଉତ୍ସବ l ବିଶେଷ କରି ମହାବିଦ୍ୟାଳୟରେ ଅଧ୍ୟୟନରତ ୧୭ ରୁ ୧୮ବର୍ଷ ବର୍ଗର ଯୁବ ଭୋଟର ତଥା ଅନ୍ୟାନ୍ୟ ଆଗନ୍ତୁକ ମତଦାତା (prospective voters )ଏବଂ ଉପଖଣ୍ଡର ସମସ୍ତ ନାଗରିକମାନଙ୍କୁ ଦେଶରେ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଭୋଟ ଦେବାର ଅଧିକାର ବିଷୟରେ ସଚେତନ କରିବା ଉଦେଶ୍ୟରେ ଏହି ପଥଉତ୍ସବର ଆୟୋଜନ କରାଯାଇଛି । ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଦୁଇଟି ମୁଖ୍ୟ ଉଦେଶ୍ୟ ମଧ୍ୟରୁ ପ୍ରଥମଟି ହେଉଛି ଯୁବ ବର୍ଗର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଦ୍ଵିତୀୟଟି ହେଉଛି ଉପଯୁକ୍ତ ସଂଶୋଧନ ଦ୍ୱାରା ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଇରଙ୍ଗପୁର ଠାରେ ପ୍ରାତଃ ଘ ୭.୩୦ ମିନିଟ ସମୟରେ ସହରର ବିଭିନ୍ନ ଶିକ୍ଷlନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ଏକ ପଦଯାତ୍ରା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ସହିତ ଲୋକମାନଙ୍କ ପାଖରେ ବିଭିନ୍ନ ସଚେତନ ଧର୍ମୀ ବାର୍ତ୍ତା ପହଞ୍ଚାଇ ଥିଲେ l ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ପଥପ୍ରାନ୍ତ ନାଟକ ଓ ପାରମ୍ପରିକ ନୃତ୍ୟ କଳା ପରିବେଷଣ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ , ମତଦାନ ସମ୍ଭନ୍ଧୀୟ ସଚେତନଧର୍ମୀ ବାର୍ତ୍ତା ବହନ କରୁଥିବା ରଙ୍ଗୋଲି (ମୁରୁଜ ଚିତ୍ର), ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ମୁରୁଜ ଓ ଚିତ୍ରାଙ୍କନର କୃତୀ ଛାତ୍ରଛାତ୍ରୀଙ୍କୁ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ମାନପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ । ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କ ପାଇଁ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି ଯେଉଁ ଥିରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ସହ ଭୋଟର ତାଲିକାରେ ବିଭିନ୍ନ ସଂଶୋଧନ ସମ୍ଭନ୍ଧୀୟ ପ୍ରକ୍ରିୟା ଜନସାଧାରଣଙ୍କୁ ଅବଗତ କରିବା ସହ ମୋବlଇଲ ଫୋନ ଦ୍ୱାରା ଏସବୁ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟରେ ସହାୟତା ଯୋଗାଇ ଦିଆଯିବ l ସେହିପରି ସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହି କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଜରିଆରେ ଉପଯୁକ୍ତ ଭାବେ ପ୍ରକାଶନ ଓ ପ୍ରସାରଣ କରି ଲୋକମାନଙ୍କ ପାଖରେ ପହଞ୍ଚାଇ ସଚେତନତା ସୃଷ୍ଟି କରିବା ପାଇଁ ଗଣମାଧ୍ୟମର ସହଯୋଗ କାମନା କରାଯାଇଛି l ବାମନଘାଟି ଉପଖଣ୍ଡ ବାସୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସଫଳ ହେବା ସହ ମତଦାତାଙ୍କ ମଧ୍ୟରେ ନିଶ୍ଚିତ ଭାବେ ବ୍ୟାପକ ସଚେତନତା ସୃଷ୍ଟି କରିବ ବୋଲି ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଆଶା ପୋଷଣ କରିଛନ୍ତି l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ, ସ୍ୱେଚ୍ଛାସେବୀ, ବି. ଏଲ. ଓ. ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଆଶନି ଏଏଲ, ଡେପୁଟି କଲେକଟର ଶ୍ରୀ ମନୋଜ ମହାନ୍ତ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ଅତିରିକ୍ତ ତହସିଲଦାର ରାଜେଶ୍ୱରୀ ମାଝୀ, ବିଜାତଳା ବିଡ଼ିଓ ଶ୍ରୀ ବଂଶୀଧର ଖୋଶଲା, ବିଜାତଳା ତହସିଲଦାର ଶ୍ରୀ ବିଶ୍ୱ ବିଶୃତ ତ୍ରିପାଠୀ, ବିଶୋଇର ଭାରପ୍ରାପ୍ତ ତହସିଲଦାର ମନୋଜ କୁମାର ସାହୁ, ବହଳଦାର ଭାରପ୍ରାପ୍ତ ତହସିଲଦାର ଶ୍ରୀ ସୁଧାକର ସେଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଶ୍ରୀ ପ୍ରସାଦ ବେହେରା, ଶ୍ରୀ ଚାମରୁ ବେସ୍ରା, ଶ୍ରୀ ଦୁର୍ଗା ପ୍ରାସାଦ ଦାଶ, ସଂଜୀବ ଗିରି, ଗୌରୀ ଶଙ୍କର ସାମନ୍ତରାୟ, ଦୀପକ ମହାନ୍ତ ବିଶ୍ୱଜିତ ପାତ୍ର, , ଲକି ପାଣି, ପ୍ରିୟଙ୍କା ଗୁପ୍ତା, ରେବତୀ ମୁର୍ମୁ, ସୁବୁଦା ମାଝୀ, ମିନତୀ ସର୍ଦ୍ଦାର, ସଂଜିତ ପନତ ମାର୍ଣ୍ଡି ଓ ଅନ୍ୟାନ୍ୟ କର୍ମଚାରୀ ତଥା ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଅଧ୍ୟାପକ ବିଜୟ ରାମ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।