ଅନୁସନ୍ଧାନ ଭାରତ(ବ୍ୟୁର): ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ବର୍ଷ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଠାରୁ ଅକ୍ଟାବର 11 ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥାଏ l ସେହିଭଳି ବୁଧବାର ଦିନ କଳିଙ୍ଗା ଡିଏଭି ଛକ ଠାରୁ କଳିଙ୍ଗା ଛକ ହୋଇ କଳିଙ୍ଗା ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ସ୍ଥାନୀୟ ବ୍ଲକ ଓ ଏନଏସି ତରଫରୁ ଏକ ବିରାଟ ଜନସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ଜନ ସମ୍ପର୍କ ପଦ ଯାତ୍ରାରେ ପୂର୍ବତନ ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ବେଳେ ବରିଷ୍ଠ ବିଜେଡି ନେତା କମଳ କାନ୍ତ ପାଣ୍ଡେ, ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ପରି ଷଦ ସଭ୍ୟା ଲିଲିମା ପ୍ରଧାନ, ଏନ.ଏ.ସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥି, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ସଭାପତି ଲିଙ୍ଗରାଜ କଁହର, ଏନଏସି ସଭାପତି ପି.ସଞ୍ଜୀବ କୁମାର ପାତ୍ର, ଉଦୟନାଥ ନାୟକ, ଅନିଲ କୁମାର ଦଳବେହେରା, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏନଏସି କାଉନସିଲର, ବିଜେଡିର ବରିଷ୍ଠ କର୍ମକର୍ତ୍ତା ବୃନ୍ଦ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ I