ଓଡିଶା ଜୀବିକା ମିଶନ ପକ୍ଷ୍ୟରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ କାର୍ଯ୍ୟ କରୁଥିବା ଓଡିଶା ଜୀବିକା ମିଶନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ସମୁଖରେ ଏମବିକେ ଶିଖାରାଣୀ ଦିଗାଳଙ୍କ ନେତୃତ୍ୱରେ ୭୫ ତମ ପବିତ୍ର ସ୍ୱାଧୀନତା ଦିବସ ମହା ସମାରୋହରେ ପାଳନ କରାଯାଇଛି I ଏହି ଅବସରରେ ବାରଖମା ପଞ୍ଚାୟତ ସରପଞ୍ଚ କୁନାଳ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିବା ବେଳେ ଜିପିଏଲଏଫର ସଭାନେତ୍ରୀ, ସମ୍ପାଦିକା, ସି ଆରପିସିଏମ, କୃଷି ମିତ୍ର, ପ୍ରାଣୀ ମିତ୍ର, ଏସଏଚଜି ଗ୍ରୁପ ମହିଳା ତଥା ଗ୍ରାମର ଜନ ସାଧାରଣଙ୍କ ସହ ଅନେକ ଭଦ୍ର ବ୍ୟକ୍ତି ସହଯୋଗ କରିଥିଲେ I