ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟୟାନ ହସ୍ପିଟାଲରେ ଘୁ.ଉଦୟଗିରି କାର୍ଯ୍ୟରତ ସମ୍ବାଦିକଙ୍କ ତରଫରୁ ବୃକ୍ଷ ରୋପଣ…

ଅନୁସନ୍ଧାନ ଭାରତ(ବ୍ୟୁର): ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ସ୍ଥାନୀୟ ମୂର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଘୁ.ଉଦୟଗିରି ତହସିଲଦାର ଜନ୍ମେଜୟ ସାହୁ, ବନଖଣ୍ଡ ଅଧିକାରୀ ମିନାଖି କୁମୁରା ଯୋଗ ଦେଇ ଥିଲେ I ସ୍ଥାନୀୟ ତହସିଲଦାର ପ୍ରଥମେ ଵୃକ୍ଷ ରୋପଣ କରି ଵୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ I ଘୁ.ଉଦୟଗିରି ବନଖଣ୍ଡ ଅଧିକାରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଵାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ I ସ୍ଥାନୀୟ ତହସିଲଦାର ଏବଂ ବନଖଣ୍ଡ ଅଧିକାରୀ ପ୍ରତ୍ୟକ ଲୋକଙ୍କୁ ଵୃକ୍ଷ ରୋପଣ କରି ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ସଚେତନ କରିବା ସହ ଅପିଲ କରି ଛନ୍ତି I ଏହି ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା, ସାମ୍ବାଦିକ ପ୍ରଶନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଅନୀଲ କୁମାର ଦଳବେହେରା, ସାମ୍ବାଦିକ ଫିଲିପ ଦିଗାଲ, ସାମ୍ବାଦିକ ଲିଲିମା ରାଓ, ସାମ୍ବାଦିକ ତପସ୍ୱୀନି ମଲ୍ଲୀକ ଓ ସାମ୍ବାଦିକ ଚନ୍ଦ୍ରଶେଖର ପାଢ଼ୀ ପ୍ରମୁଖ ଯୋଗ ଦେଇ ଥିଲେ I ଆଗାମୀ ଦିନରେ ଏପରି ଭାବରେ ଘୁ.ଉଦୟଗିରି ବ୍ଲକର ବିଭିନ୍ନ ସ୍ଥାନରେ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ କହିଛନ୍ତି I ଘୁ.ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ଏହା ତୃତୀୟ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ I ବର୍ତ୍ତମାନ ପୃଥିବୀରେ ଅମ୍ଳଜାନର ଅଭାବ ଦେଖାଦେଇଛି I ତେଣୁ ଆଗାମୀ ଦିନରେ ଘୁ. ଉଦୟଗିରି କାର୍ଯ୍ୟରତ ସାମ୍ବାଦିକଙ୍କ ତରଫରୁ ବ୍ଲକର ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସାମ୍ବାଦିକ ଗଗନ କୁମାର ପ୍ରଧାନ ମତପ୍ରକାଶ କରିବା ସହ ପ୍ରତ୍ୟକ ଲୋକଙ୍କୁ ବୃକ୍ଷ ରୋପଣ କରିବା ମଧ୍ୟ ଅପିଲ କରିଛନ୍ତି I ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଏମଏମସିଏଚଟିର ନିର୍ଦ୍ଧେଶ ଡାକ୍ତର ପ୍ରଦୀପ ମଲ୍ଲୀକ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ I