ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ୭୫ ତମ ସ୍ୱାଧୀନତା ଦିବସ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ୨୫ ଜଣଙ୍କୁ ନେଇ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ/ଆତିରିକ୍ତ ଉପଜିଲ୍ଲାପାଳ ବିଜୟ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱାଧୀନତା ଦିବସର ଅଭିବାଦନ ଦେବା ସହ ପତକା ଉତ୍ତୋଳନ କରିଥିଲେ I
ଏହା ସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ବରିଷ୍ଠ ସାମ୍ବାଦିକ ଦେଵନାଥ ଦଳବେହେରା, ସାମ୍ବାଦିକ ପ୍ରଶନ କୁମାର ମିଶ୍ର, ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ୱାଦିକ ଲିଲିମା ରାଓ, ଏନସିସି ଶିକ୍ଷକ ବିଜୟ ମିଶ୍ର, କ୍ରୀଡ଼ା ଶିକ୍ଷକ ସଂଜୟ ସାହୁ, ଅଵସର ପ୍ରାପ୍ତ ବିଏସଏଫ ଜବାନ କିଶୋର ନାୟକଙ୍କ ସମେତ ଥାନାଧିକାରୀ ରେବତୀ ଶବର ଓ ଅଗ୍ନିଶମ ବିଭାଗର କର୍ମଚାରୀ ଯୋଗ ଦେଇ ଥିଲେ I
ସେହି ପରି ଭାବରେ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ଆର ପଡ଼ିକିଆ ସିଏନଆଇ ଚର୍ଚ୍ଚ ଠାରେ ମଧ୍ୟ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି I ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗଗନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମାଜସେବୀ ହୃଷିକେଶ ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ଥିଲେ I ଏହି କାର୍ଯ୍ୟକ୍ରମକୁ ସଦାନନ୍ଦ ନାୟକ ପରିଚାଳନା କରିଥିଲେ I ମୁଖ୍ୟଅତିଥି ଗଗନ କୁମାର ପ୍ରଧାନ ୭୫ ତମ ସ୍ୱାଧୀନତା ଦିବସର ଅଭିଭାଷଣ ଦେବାପରେ ପାତକା ଉତ୍ତଳନ କରିଥିଲେ I