ଗାଁକୁ ନାହିଁ ରାସ୍ତା, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨ କିମି ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ ମହିଳା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ରେ ଆଉ ଏକ ଜନନୀ ଯନ୍ତ୍ରଣା ଘଟଣାର ପୁନରାବୃତ୍ତି ହୋଇଛି I ଗାଁକୁ ଆମ୍ବୁଲାନ୍ସ ଯାଇପାରି ନ ଥିବାବେଳେ ଗର୍ଭବତୀଙ୍କୁ ଗ୍ରାମବାସୀ ଏକ ‌ଷ୍ଟ୍ରେଚର୍‌ରେ ପକାଇ କାନ୍ଧରେ ବୋହି ବୋହି ଦୁଇଟି ପାହାଡ଼ ଅତିକ୍ରମ କରି କୋଟଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଥିବା ଘଟଣା ଦେଖା ଦେଇଛି I

csp

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ ଗୁଗୁରୁମାହା ପଂଚାୟତ ଗରଡ଼ମାହା ଗାଁରେ ଏପ୍ରକାର ଘଟଣା ଦେଖିବାକୁ ମିଳିଛି I ଗ୍ରାମର ଜଣେ ଆଦିବାସୀ ଗର୍ଭବତୀ ମିକି ରୂପାମାଝୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆଶାକର୍ମୀ ଗୀତାଞ୍ଜଳି ଦେଶିନାୟକଙ୍କ ସହଯୋଗରେ ଗ୍ରାମର କିଛି ଯୁବକ ଏକତ୍ରିତ ହୋଇ ଏକ ଷ୍ଟ୍ରେଚର୍‌ ସାହାଯ୍ୟରେ ଗରଡ଼ମାହାରୁ ଗୁଗୁରୁମାହାକୁ ଦୁଇଟି ପାହାଡ଼ ଅତିକ୍ରମ କରି ଚାଲିଚାଲି କାନ୍ଧରେ ବୋହି ନେଇଥିଲେ I ଏହାପରେ ଏକ ଗାଡି ସାହାଯ୍ୟରେ କୋଟଗଡ଼ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇ ପୁଣି ସେହିଭଳି ନିଜ ଗ୍ରାମକୁ ବୋହି ନେଇଥିଲେ I ଗର୍ଭବତୀଙ୍କ ପ୍ରସବ ପାଇଁ ଆଉ ଦୁଇମାସ ବାକି ଅଛି I ପ୍ରସବ ସମୟ ଆଗକୁ ଥିବାରୁ ଗର୍ଭବତୀଙ୍କୁ କିଭଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯିବ ସେ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି I ଯେଉଁ ଗ୍ରାମକୁ ଚଲା ରାସ୍ତାଟିଏ ନାହିଁ , ସେଠାକୁ ଆମ୍ବୁଲାନ୍ସ ଆସିବ ବା କେମିତି ? ଏହି ଚିନ୍ତା ସମସ୍ତଙ୍କୁ ଘାରିଛି I