ସରକାରୀ ସୁବିଧାରୁ ବଞ୍ଚିତ କାଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ପୁଇଝରି ଗ୍ରାମବାସୀ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ କଳାହାଣ୍ଡି ସୀମାନ୍ତ ଅଞ୍ଚଳ ପୁଇଝରି ଗ୍ରାମରେ ପଚାଶରୁ ଉର୍ଦ୍ଧ ପରିବାର ଦୀର୍ଘ ବର୍ଷ ଧରି ବସବାସ କରିଆସୁଛନ୍ତି । ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଗଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ସରକାରୀ ସୁବିଧା ପାଇ ପାରିନାହାନ୍ତି କାଳାହାଣ୍ଡି ଜିଲ୍ଲା ପୁଇଝରି ଗ୍ରାମବାସୀ । ଏହି ଗ୍ରାମରେ ନା ଅଛି ଗମନା ଗମନ ପାଇ ଭଲ ରାସ୍ତା ନା ଅଛି ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା l ସରକାରଙ୍କ ସୁବିଧା କହିଲେ କେବଳ ରାସନ ଚାଉଳ ଏବଂ ବୃଦ୍ଧ ବୃଦ୍ଧାମାନଙ୍କ ଭତ୍ତା ମାତ୍ର l ଏତିକି ଛଡ଼ା ଆଉ କୌଣସି ସୁବିଧା ନାହିଁ । ଅନୁସନ୍ଧାନ ଭାରତ ଡିଜିଟାଲ ମିଡ଼ିଆ/ଖବରକାଗଜର ପ୍ରତିନିଧି ପାଦଚଲା ରାସ୍ତା ଦେଇ ଦୁଇ ତିନିଟି ପାହାଡ ଡେଇଁ ସେଠି ପହଞ୍ଚି ଦେଖିଥିଲା ଓ ସେହି ଗ୍ରାମରେ ରହିଥିବା ସମସ୍ୟା ସମ୍ପର୍କରେ ପରଖି ଥିଲା । ଆମ ପ୍ରତିନିଧି ସେହି ଗ୍ରାମର ଲୋକମାନଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ କରିଥିଲେ l ବହୁ ସମସ୍ୟାରେ ପୁଇଝରି ଗ୍ରାମବାସୀ ରହି ଥିବା ଦେଖା ଦେଇଛି । ଯଦି କୌଣସି ଲୋକର ଦେହ ଖରାପ ହେଲେ ଖଟିଆରେ ଆଠ କିଲମିଟର ପର୍ଯ୍ୟନ୍ତ ଭୂଇଁକି ନେଉଥିବା କହିଛନ୍ତି ଗ୍ରାମ ବାସୀ । ଦୁଃଖର ବିଷୟଏହାକି ଯେ ରାସ୍ତା ସମସ୍ୟା ଥିବାରୁ ଶିକ୍ଷକ ମଧ୍ୟ ବିଦ୍ୟାଳୟକୁ ଆସୁ ନାହାନ୍ତି କି ଅଙ୍ଗନବାଡି କର୍ମି ପିଲାମାନଙ୍କୁ ଠିକ ସମୟରେ ଅଣ୍ଡା ଛତୁଆ ଦେଇ ପାରୁ ନାହାନ୍ତି l ଏଣୁ ଠିକ ଭାବରେ ପିଲାମାନେ ଖାଦ୍ୟ ପାଉନଥିବାରୁ ବିଭିନ୍ନ ରୋଗରୁ ଆକ୍ରାନ୍ତ ହେଉଥିବା କହିଛନ୍ତି ସରପଞ୍ଚ ଏବଂ ୱାର୍ଡ ମେମ୍ବର l ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପୁଇଝରି ଗ୍ରାମର ସମସ୍ୟା ଯଥା ସମ୍ଭବ ସମାଧାନ କରିବା ପାଇଁ ସାଧାରଣରେ ଦାବୀ ହୋଇଛି l