ଶାନ୍ତିଝର ନୂତନ ଉର୍ନୟନ କମିଟି କର୍ମକର୍ତା ଚୟନ, ସୁନିଲ କୁମାର ଚୌଧୁରୀ ସଭାପତି ଭାବେ ମନୋନୀତ….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଶାନ୍ତି ଝର ଠାରେ ପୁରାତନ କମିଟିକୁ ଭାଂଗି ନୂତନ କମିଟି ଗଠନ କରାଯାଇଛି l ଏହି ବୈଠକରେ କମିଟିରେ ସୁନୀଲ କୁମାର ଚୌଧୁରୀ ସଭାପତି, ବିପିନୀ ବିହାରୀ ଶତପଥୀ ଉପ ସଭାପତି, ଶରତ ଚନ୍ଦ୍ର ରାଜ କୋଷାଧକ୍ଷ, ହିମାଂଶୁ ଶେଖର ସ୍ୱାଇଁ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି l ଏହି କମିଟି ୧୧ଜଣ ସଦସ୍ୟକୁ ନେଇ ଗଠିତ ହୋଇଛି l ବର୍ତ୍ତମାନ ପର୍ଯ୍ୟନ୍ତ ନିସ୍ଵାର୍ଥ ସେବାରେ ଜୀବନ ଜଳାଞ୍ଜଳି ଦେଇ କର୍ମ କରି ଚାଲିଛି l ଜନ ସାଧାରଣଙ୍କ ନିଷ୍ଠାର ସହ ଶାନ୍ତିଝର ପାଇଁ କାମ କରି ଆସୁଛି, କାମ କରୁଛି ଓ କରୁଥିବି ବୋଲି ନବ ନିର୍ବାଚିତ ସଭାପତି ସୁନୀଲ କୁମାର ଚୌଧୁରୀ ମତପ୍ରକାଶ କରିଛନ୍ତି । ଲୋକଙ୍କ ବିଚାର ଧାରାକୁ ନେଇ ପର୍ଯଟକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସବୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରହିବ l ଏହି ପିକନିକ ସ୍ପଟକୁ ସୁନ୍ଦର ସ୍ୱଚ୍ଛତାରେ ସାମିଲ କରାଇ ପର୍ଯ୍ୟଟନ କ୍ଷେତ୍ରରେ ସାମିଲ କରାଇ, ସାମାନ୍ୟ ଗୁଣ୍ଡୁଚି ମୂଷା ଭଳି ମୋର ପ୍ରଚେଷ୍ଟା ଆଗକୁ ଜାରି ରଖିବି ବୋଲି କହିଛନ୍ତି ସଭାପତି l ବହୁ ଗ୍ରାମ ବାସୀ ଏହି ସଭାରେ ଯୋଗ ଦେଇ ଥିଲେ l ମୋ କାମରେ ଓ ମୋ ଉପରେ ଭରଷା ରଖି ମୋତେ ଶାନ୍ତିଝର ସଭାପତି ରୂପେ ପୁନର୍ବାର ମାନନୀତ କରିଥିବାରୁ ଧରାକୋଟ ଗ୍ରାମ ବାସୀ ଓ ଗରୁଜନ ତୁଲ୍ୟ ବ୍ୟକ୍ତି ମାନଂକୁ ମୋ ତରଫରୁ ଧନ୍ୟବାଦ ଅର୍ପଣ କରୁଛି l ସଭାପତି ଭାବେ ମୋତେ ମନୋନୀତ କରିଥିବାରୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଦେବା ସହ ମୋର ସାନ ଭାଇ ମାନେ ସହଯୋଗ କରି ଥିବାରୁ ସେହି ମାନଙ୍କୁ ମଧ୍ୟ ଆଶ୍ରିବାଦ କରୁଛି ବୋଲି କୃତଜ୍ଞତା ଜଣାଇ ଛନ୍ତି ଶାନ୍ତିଝର କମିଟିର ନୂତନ ସଭାପତି ସୁନିଲ କୁମାର ଚୌଧୁରୀ l