ସାମ୍ୱାଦିକ ସଂଘ ଗୁମ୍ମା ବ୍ଲକର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ…

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗୁମ୍ମା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୀରୋଜ କୁମାର ଷଡ଼ଙ୍ଗୀଙ୍କ ପ୍ରସ୍ତାବ ଓ ଉପ୍ରୀୟମ୍ ନାଇକାଙ୍କ ସମର୍ଥନ ପରେ ସମ୍ପାଦକ ଶ୍ରୀ ଉତ୍ତମ ପାଣି ସଭାପତିତ୍ବ କରିଥିଲେ । ଆଜିର ବୈଠକରେ 2024-25 ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ମଧ୍ୟ ହୋଇଥିଲା । ଉପଦେଷ୍ଟା ଶ୍ରୀ ଉତ୍ତମ ପାଣି, ସଭାପତି ଶ୍ରୀ ସୁବୋଧ ଚନ୍ଦ୍ର ଲିମା, ଉପ ସଭାପତି ଶ୍ରୀ ଲଳିତ ମୋହନ ଦଣ୍ଡସେନା, ସମ୍ପାଦକ ଶ୍ରୀ ସୁରେଶ ନାଗ, ସହ ସମ୍ପାଦକ ଶ୍ରୀ ଉପ୍ରୀୟମ୍ ନାଇକା, କୋଷାଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ଲିମା, କମିଟି ସଦସ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ବିଷୋୟୀ, ବିମଳ କୁମାର ଦଳାଇ ଓ ନୀରୋଜ କୁମାର ଷଡ଼ଙ୍ଗୀ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।