ନିଆରା ଢ଼ଙ୍ଗରେ ଜନ୍ମ ଦିନ ପାଳିତ….

ସିନାପାଲି(ପରମେଶ୍ୱର ମେହେର): ସଦା ସର୍ବଦା ଭିନ୍ନ ଭିନ୍ନ ପରିକଳ୍ପନା ଦ୍ୱାରା ସମାଜରେ ମାନବିକତାର ରକ୍ଷକ ସାଜୁଥିବା ଭିନ୍ନ ଏକ ଅନୁଷ୍ଠାନ ହେଲ୍ ପିଙ୍ଗ୍ ଫର୍ ହେଲ୍ପଲେସ୍ ପିପୁଲ୍ ଫାଉଣ୍ଡେସନ ଅନୁଷ୍ଠାନ ସେହିଭଳି ଏକ ନିଆରା ପରିକଳ୍ପନା ନିଜ ବ୍ୟକ୍ତିଗତ ଉତ୍ସବକୁ ସାମାଜିକ ଉତ୍ସବରେ ପରିଣତ କରି ମାନବିକତାକୁ ରକ୍ଷା କରିବା । ସେହି ଭିତ୍ତିରେ ଆମ ହେଲ୍ ପିଙ୍ଗ୍ ଫର୍ ହେଲ୍ପଲେସ୍ ପିପୁଲ୍ ଫାଉଣ୍ଡେସନର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ଆଦିତ୍ୟ ସଗରିଆ ନିଜ ଝିଅର ଜନ୍ମ ଦିନକୁ ସମାଜ ହିତରେ ସମର୍ପିତ କରିଛନ୍ତି । ବୁଧବାର ଦିନ ଶ୍ରୀଯୁକ୍ତ ସଗରିଆ ନିଜ ସପରିବାର ଏବଂ ହେଲ୍’ପିଙ୍ଗ୍ ଫର୍ ହେଲ୍ପଲେସ୍ ପିପୁଲ୍ ଫାଉଣ୍ଡେସନର ସଦସ୍ୟମାନଙ୍କ ସହ ନବପ୍ରଭାତ ଓପନ ସେଲ୍ଟର ଆଶ୍ରମ ଖଡ଼ିଆଳ ଠାରେ ପହଞ୍ଚି ସେଠାକାର ଛାତ୍ରଛାତ୍ରୀମାନଙ୍କ ଲାଗି କେକ୍ କାଟିବା ସହ ମିଷ୍ଟାନ୍ନ ବଣ୍ଟନ କରାଇବା ସହ ତାଙ୍କ ଝିଅ ଜନ୍ମଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ସେବା ପ୍ରତି ସମର୍ପିତ ହେବାର ପ୍ରେରଣା ଦେବ ଓ ମାନବିକତାର ସମର୍ପିତ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।