“ମୋ ପ୍ରତିଭାର ଖୋଜ” ପାଇଁ ଗୋଣ୍ଡୱାନା ସେବା ସଙ୍ଘ ଓ ଟ୍ରଷ୍ଟ ଦ୍ୱାରା ବକୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ…

ସିନାପାଲି(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସଦର ମହୁକମା ଆଦିବାସୀ ଭବନ ଟାନୱାଟ ଠାରେ ବୁଧବାର ଦିନ ସକାଳ ୧୧ ଘଟିକା ସମୟରେ ଗୋଣ୍ଡି ଧର୍ମ ସଂସ୍କୃତି ସଂରକ୍ଷଣ ସମିତି ଓଡିଶା ପ୍ରଦେଶ ଏବଂ ଗୋଣ୍ଡୱାନା ସେବା ସଂଘ ଟ୍ରଷ୍ଟ ନୂଆପଡ଼ାଙ୍କ ତତ୍ୱାବଧାନରେ ଗୋଣ୍ଡୱାନା ବକୃତା, ପ୍ରବନ୍ଧ ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଗଲା । ସର୍ବ ପ୍ରଥମେ ଇଷ୍ଟ ଦେବତା ବଡ଼ାଦେଓଙ୍କ ଦୀପ ପ୍ରଜ୍ବଳନ ଓ ପୂଜାର୍ଚନା କରାଗଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦିଲେଶ୍ଵର ଧରୁଆ (Assistant Director Statistical Office, Nuapada ) ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଶ୍ରୀଯୁକ୍ତ ଭଗବାନ ସିଂ ମାଝୀ (ସଭାପତି – ଗୋଣ୍ଡ ସମାଜ କୋମନା ବ୍ଲକ) ସଭାପତିତ୍ୱ ତୁଲାଇ ଥିଲେ l ଏହି ପ୍ରତିଯୋଗିତାର ମୁଖ୍ୟ ବିଚାରକ ଭାବରେ ସମ୍ମାନୀୟ ଶ୍ରୀଯୁକ୍ତ ମଦନ ସିଂ ମାଝୀ (Assistant Professor, C.T.E bolangir ) ଯୋଗ ଦେଇଥିଲେ l ପ୍ରତିଯୋଗିତାର ବିଷୟ ଗୁଡ଼ିକ ହେଲା
*JUNIOR LEVEL –TOPIC (Class 6th ରୁ Class 9th ) ପାଇଁ ବକୃତା: “ଆଦିବାସୀ ସଂସ୍କୃତି ଅବନତିର କାରଣ“, ପ୍ରବନ୍ଧ : “ଗୋଣ୍ଡ ରାଜା ମାନଙ୍କର ଶାସନ ପଦ୍ଧତି ଏବଂ ଦେଶ ପାଇଁ ଅବଦାନ“, ଚିତ୍ରାଙ୍କନ : “ସତରଙ୍ଗୀ ଝଣ୍ଡା କିମ୍ବା ବଡ଼ାଦେଓଙ୍କ ଚି଼ହ୍ନ“ପ୍ରଥମ ସ୍ଥାନ ଭୂମିସୁତା ମାଝୀ, ଦ୍ଵିତୀୟ ଶୁଧୀର ମାଝୀ,ତୃତୀୟ ଗୌତମୀ ମାଝୀ l SENIOR LEVEL–TOPIC (Class 10thରୁ Class +3 ) ପାଇଁ ବକୃତା : “ମୋର ସଂସ୍କୃତି ମୋ ପରିଚୟ ଓ ସମାଜ ଗଠନରେ ମୋର ଭୂମିକା“ ପ୍ରଥମ ସ୍ଥାନ ଯଦୁମଣି ଜଗତ, ଦ୍ଵିତୀୟ କୁଳମଣି ମାଝୀ, ତୃତୀୟ ଉପେଶ କୁମାର ମାଝୀ, ପ୍ରବନ୍ଧ: “ଆଦିବାସୀଙ୍କ ପରମ୍ପରାଗତ ବନ ସଂରକ୍ଷଣ ଜ୍ଞାନ ଏବଂ ଆଧୁନିକ ସଂରକ୍ଷଣ ପ୍ରଚେଷ୍ଟା “ ପ୍ରଥମ ସ୍ଥାନ ଚିତ୍ତରଞ୍ଜନ ମାଝୀ, ଦ୍ଵିତୀୟ ବିବେକ ମାଝୀ, ତୃତୀୟ ଉପେଶ କୁମାର ମାଝୀ l ଚିତ୍ରାଙ୍କନ: “ରାଣୀ ଦୂର୍ଗାବତୀ କିମ୍ବା ବିର୍ସା ମୁଣ୍ଡା ଚିତ୍ର“ପ୍ରଥମ ସ୍ଥାନ ହରିଶଙ୍କର ମାଝୀ, ଦ୍ଵିତୀୟ ବାଇଚନ ମାଝୀ, ତୃତୀୟ ସବିତା ମାଝୀ କୃତି ହାସଲ କରିଥିଲେ l ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ତଥା ଉପସ୍ଥିତ ଥିବା ସମ୍ମାନିତ ଅତିଥିଙ୍କ କରକମଳରୁ ମାନପତ୍ର ପ୍ରଦାନ କରାଗଲା l ଏହି କାର୍ଯ୍ୟକ୍ରମ ଦ୍ୱାରା ଆମ ସମାଜର ଆଗାମୀ ପିଢ଼ିଙ୍କୁ ଆମର ସଂସ୍କୃତି, ପରମ୍ପରା ରୀତି ନୀତି ରୂଢି ପ୍ରଥା ଓ ଆମର ଇତିହାସ ଉପରେ କିଭଳି ସଚେତନ ଓ ଜାଗୃତ ହେଇପାରିବେ ଏବଂ ତାଙ୍କର ଭିତରେ ଥିବା ଅନ୍ତର୍ନିହିତ ଗୁଣାବଳୀକୁ ବିକାଶ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଏକ ପ୍ରୟାସ l ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସହସମ୍ପାଦକ ତିରୁ.ଦୀନେଶ କୁମାର ମାଝୀ, କୋଷାଧକ୍ଷ ତିରୁ. ପ୍ରୀତିଶାୟ ମାଝୀ, ଶିକ୍ଷା ପ୍ରମୁଖ ତିରୁ.ଜିରାଖନ ମାଝୀ, ଯୁବ ପ୍ରଭାଗ ପ୍ରମୁଖ ତିରୁ.ପରମେଶ୍ୱର ମାଝୀ, ଉପଦେଷ୍ଟା ତିରୁମାୟା ରେଣୁକା ମାଝୀ, ଗୋଣ୍ଡି ଭାଷା ଶିକ୍ଷୟିକା କରିଶ୍ମା ନେତାମ, ହରିଶ ଚନ୍ଦ୍ର ମାଝୀ (ସଭାପତି -GSU କୋମନା ), ତିରୁ.ମୋହନ ମାଝୀ, ତିରୁ.ଅର୍ଜୁନ ମାଝୀ ଏବଂ ସମାଜର ଅନେକ ସାଗା ବନ୍ଧୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସହଯୋଗ କରି ପୂର୍ଣ୍ଣ ଭାବରେ ସଫଳ କରିଥିଲେ l