ପାରଳାଖେମୁଣ୍ଡିରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 79ତମ ଜନ୍ମଦିନ ପାଳିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ବିଜେଡ଼ି ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ 79ତମ ଜନ୍ମଦିନ ପାଳନ କରାଯାଇଛି । ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ପାରଳା ସହର ନିକଟବର୍ତ୍ତୀ ରାଜ ସିତାପୁର୍ ଶ୍ରୀ ଜଗନ୍ନାଥ ନିକେତନ ଅନାଥାଶ୍ରମ ଅନ୍ତେବାସୀଙ୍କ ସହ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଉପଲକ୍ଷେ କେକ୍ କଟାଯାଇ ପାଳନ କରାଯାଇଥିଲା । ତତ୍ ପରେ ପାରଳାଖେମୁଣ୍ଡି ହାଇଟେକ୍ ଆପାର୍ଟ ମେଣ୍ଟ ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ପାରଳା ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ସହ ଗଜପତି ଜିଲ୍ଲା ବିଜେଡ଼ି ଦଳର ନେତା, କର୍ମୀ, ପଦାଧିକାରୀମାନେ ଯୋଗ ଦେଇ ଏହାକୁ ସଫଳ କରିବାକୁ ସହଯୋଗ କରିଥିଲେ ।