କନ୍ଧମାଳ ଜିଲ୍ଲା ଟିକାବାଲିରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ….

-ଜୋରଜବର ଦସ୍ତ  ସାମ୍ବାଦିକଙ୍କୁ କ୍ଷମା ମଗାଇ ଭିଡ଼ିଓ ଭାଇରାଲ କଲେ ଦୁର୍ବୁତ୍ତ

-ଥାନାର ଦ୍ୱାରସ୍ଥ ହେଲେ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ

csp

ଅସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ପୁଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି I

ଯାହାକୁ ନେଇ ଜିଲ୍ଲାରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏହି ପରିପେକ୍ଷୀରେ  କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର କିଛି ସାମ୍ବାଦିକଙ୍କୁ ସେହି ଟିକାବାଲି ଗାଁରେ ଥିବା ବ୍ୟାଘ୍ର ଦେବୀ କଳା ସଂସ୍କୃତି ସଙ୍ଘର କିଛି ସଦସ୍ୟ ଦୁର୍ବ୍ୟବହାର କରିବା ସହ ମରଣାତ୍ମକ ଆକ୍ରମଣ କରିବା ଓ ଜୋରଜବର ଦସ୍ତ ସର୍ବସମ୍ମୁଖରେ କ୍ଷମା ମାଗିବା ପାଇଁ ଚାପ ପ୍ରୟୋଗ କରି କ୍ଷମା ମାଗିବା ପରେ ସେହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଭଳି ଗୁରୁତର ଅଭିଯୋଗ ହୋଇଛି I ସୂଚନା ଅନୁସାରେ ଗତ ପନ୍ଦର ତାରିଖ ଦିନ ଟିକାବାଲି ଦୁର୍ଗା ପୂଜା ଅବସରରେ ମା ବ୍ୟାଘ୍ର ଦେବୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ସାମାଜିକ ନାଟକ ପାଇଁ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା I ଏହି ଉତ୍ସବରେ ଅନୁଷ୍ଠାନ ତରଫରୁ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇଥିଲା I ସାମ୍ବାଦିକମାନେ ମଧ୍ୟ୍ୟ ଅନୁଷ୍ଠାନର ନିମନ୍ତ୍ରଣ ରକ୍ଷା କରି ଖବର ସଂଗ୍ରହ କରିବା ପାଇଁ ଯାଇଥିବା ସମୟରେ ଅନୁଷ୍ଠାନର କିଛି ସଦସ୍ୟ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ I ଏହାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଖବର ପରିବେଷଣ କରିଥିଲେ I ଏହାକୁ କେନ୍ଦ୍ର କରି ଉକ୍ତ ଅନୁଷ୍ଠାନର କିଛି ଗୁଣ୍ଡା ଶ୍ରେଣୀର ସଦସ୍ୟ ସାମ୍ବାଦିକମାନଙ୍କୁ ସର୍ବ ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁଇ ଜଣ କାର୍ଯ୍ୟରତ ସାମ୍ବାଦିକ କୁନା ଦିଗାଲ ଏବଂ ହେମନ୍ତ ମୁଖିଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ I ସାମ୍ବାଦିକଙ୍କୁ ଆକ୍ରମଣ କରିବା ପରେ ଟିକାବାଲି ପ୍ରେସ କ୍ଳବର ସଭାପତି ସାମ୍ବାଦିକ ସାନୁଜ ବେହେରା ଓ ଅନ୍ୟ ସାମ୍ବାଦିକମାନଙ୍କୁ ସମାଧାନ କରିବା ପାଇଁ  ଡାକି ସର୍ବସାମ୍ମୁଖରେ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତ କ୍ଷମା ମାଗିବା ପାଇଁ କହିଥିଲେ l ପ୍ରେସ କ୍ଲବର ସଭାପତି କ୍ଷମା ମାଗିବା ପରେ ସେହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଟିକାବାଲିର କାର୍ଯ୍ୟରତ ସମ୍ବାଦିକମାନେ ଅଭିଯୋଗ କରିଛନ୍ତି I ଏହି ଘଟଣାକୁ ନେଇ ଟିକାବାଲି ପ୍ରେସ କ୍ଲବର ସଭାପତି ସାନୁଜ ବେହେରାଙ୍କ ନେତୃତ୍ୱରେ ଟିକାବାଲି ଥାନାରେ ଏକ ଲିଖିତ ଏତେଲା ଦିଆଯାଇଥିବା ଜଣାପଡିଛି I ସେପଟେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କ୍ଷିତୀଶ କୁମାର ମଳିକଙ୍କ ସହ ଅନ୍ୟ କିଛି ସାମ୍ବାଦିକ ଟିକାବାଲି ଥାନାରେ ପହଂଚି ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକମାନଙ୍କୁ ଭେଟିବା ସହ ସମ୍ବେଦନା ଜଣାଇଛନ୍ତି I ସେପଟେ ସାମ୍ବାଦିକମାନଙ୍କ ତରଫରୁ ଦିଆଆଯାଇଥିବା ଏତଲାରେ ଯାତ୍ରା କମିଟିର ସଦସ୍ୟ ଲିଙ୍ଗରାଜ ନାୟକ, ମାନସ ରଞ୍ଜନ ବେହେରା, ସୁଶାନ୍ତ ନାଏକ ସାମ୍ବାଦିକଙ୍କୁ ମାଡ଼ମାରିଥିବା ବେଳେ ତନୁଜ ଭୋଇ, ରଂଜନ ମହାନ୍ତି, ଚକ୍ରମଣି ସାହୁ, କାଳିଆ ସାହୁ, ପ୍ରମିଶ ଦିଗାଲ ଓ ବିରୁ ଜେନା ସାମ୍ବାଦିକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଉଲ୍ଲେଖ ରହିଛି I ଅନ୍ୟପଟେ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ଆକ୍ରମଣ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସାମ୍ବାଦିକମାନଙ୍କ ତରଫରୁ ଦାବି କରାଯାଇଥିବା ବେଳେ ଏମାନଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଟିକାବାଲି ଥାନା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରିବା ପାଇଁ ବାଧ୍ୟ ହେବେ ଓ ଦରକାର ପଡିଲେ ଏହି ଘଟଣାକୁ ନେଇ ରାଜ୍ୟର ହଜାର ହଜାର ସାମ୍ବାଦିକ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ଭିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବରିଷ୍ଠ ସାମ୍ବାଦିକ କ୍ଷିତୀଶ ମଲ୍ଲିକ ସୂଚନା ଦେଇଛନ୍ତି l ଏହି ଘଟଣାକୁ କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ମଧ୍ୟ ଦୃଢ଼ ନିନ୍ଦା କରାଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି  l ଯଦି ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ସଂଘର ସଦସ୍ୟ ସୂଚନା ଦେଇଛନ୍ତି l