ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ଆଜି ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା l ପ୍ରଥମେ ହିଞ୍ଜିଳିକାଟୁ ଶ୍ୟାମଳାୟୀ ଛକ ଠାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥି ଶିଶିର ମିଶ୍ର ନେତୃତରେ ବହୁତ୍ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ମା ଶ୍ୟାମଳାଇ ପୀଠରେ ପହଞ୍ଚି ମାଙ୍କୁ ଦର୍ଶନ କଲେ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନା l ପରେ ଶ୍ୟାମଲାୟୀ ମନ୍ଦିର ପରିସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଜେପିର ସାଙ୍ଗଠନିକ ସ୍ଥିତି ଓ ସଦସ୍ୟତା ସଂଗ୍ରହ ସମ୍ପର୍କରେ ସ୍ଥାନୀୟ ନେତୃତଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହ କିପରି ଦଳ ମଜବୁତ ହେବ ସେ ବିଷୟରେ ଆଲୋଚନା କରିଥିଲେ l