ଜୀବନକା ଜଲ ସଂସ୍ଥା ପକ୍ଷରୁ କନବାଗେରି ଚର୍ଚ୍ଚରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇ ଠାରେ ଜିଲ୍ଲା ସ୍ଥରୀୟ ଜୀବନକା ଜଲ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଜିଲ୍ଲା ସ୍ଥରୀୟ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଏହି ପ୍ରତିଯୋଗିତାରେ ଏକକ ଓ ଦଳଗତ ପ୍ରତିଯୋଗତା କରାଯାଇ ଥିଲା l କାର୍ଯ୍ୟକ୍ରମରେ କନବାଗେରି, ମାଲିକ ପଡ଼ି, ତେଲିଙ୍ଗିଆ, ରୁଦାଙ୍ଗିଆ, ଆର ପଡିକିଆ, ରାଇକଲା, ଦାରିଙ୍ଗବାଡି ଇତ୍ୟାଦି ଅଞ୍ଚଳର ଚର୍ଚ୍ଚ ଗୁଡିକରୁ ୧୬୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ଥିଲେ l ଜୁରୀ ଭାବରେ ଆମୋଦ ଚନ୍ଦ୍ର ନାୟକ, ଏଫ୍ରିୟମ ନାୟକ, ଲଳିତା ନାୟକ ଓ ସଂସ୍ଥାର ସିଓ ଡକ୍ଟର ମନୋଜ ଚୌହାନ କାର୍ଯ୍ୟଭାର ତୁଲାଇ ଥିଲେ l ଉକ୍ତ ପ୍ରତିଯୋଗିତାକୁ ଜୀବନକା ଜଲ ସଂସ୍ଥାର ଓଡିଶା ଇନଚାର୍ଜ ସାଗରିକ ନାୟକ ଓ କନ୍ଧମାଳ ଜିଲ୍ଲା ଇନଚାର୍ଜ ପ୍ରକାଶ ନାୟକ ପରିଚାଳନା କରିଥିଲେ l ଅନୁଷ୍ଠିତ ସଂଗୀତ କାର୍ଯ୍ୟକ୍ରମରେ ଏକକ ସଙ୍ଗୀତ ପ୍ରତିଯୋଗିତାରେ ମାଳିକାପଡି ବାପଟିଷ୍ଟ ଚର୍ଚ୍ଚର ସଦସ୍ୟା କୃତାଞ୍ଜଳୀ ନାୟକ ପ୍ରଥମ, ନୂଆସାହି ବାପଟିଷ୍ଟ ଚର୍ଚ୍ଚର ଏନ ସିୟଲ ଦ୍ଵତୀୟ ଓ ତେଲିଙ୍ଗିଆ ସିଏନଆଇ ଚର୍ଚ୍ଚର ସଦସ୍ୟ ସୁଶୋଭିତ ନାୟକ ତୃତୀୟ ସ୍ଥାନ ହାସଲ କରିଥିଲେ l ସେହି ପରି ଦଳଗତ ସଙ୍ଗୀତ ପ୍ରତିଯୋଗିତାରେ ତେଲିଙ୍ଗିଆ ସିଏନଆଇ ଚର୍ଚ୍ଚ ପ୍ରଥମ, ମାଳିକାପଡି ବାପଟିଷ୍ଟ ଚର୍ଚ୍ଚ ଦ୍ଵିତୀୟ ଓ ରୁଦାଙ୍ଗିଆ ସିଏନଆଇ ଚର୍ଚ୍ଚ ତୃତୀୟ ସ୍ଥାନ ହାସଲ କରି ଥିଲେ l ସମସ୍ତ ପ୍ରତିଯୋଗିଙ୍କୁ ସଂସ୍ଥା ପକ୍ଷରୁ ଅତିଥିମାନକ ଦ୍ୱାରା ସାର୍ଟିଫିକେଟ, ଉପଢୌକନ, ଅର୍ଥ ରାଶି ପ୍ରଦାନ କାରାଯିବା ସହ ୬ ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନା ମୁଳକ ପୁରଷ୍କାର ମଧ୍ୟ ପ୍ରଦାନ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଧର୍ମାଞ୍ଚଳର ପୂର୍ବତ୍ତନ ବିଶୋପ ଆଚାର୍ଯ୍ୟ ବାଞ୍ଛାନିଧି ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରାର୍ଥନା କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଏହା ସହ ମିଶନାରୀ ଆଚାର୍ଯ୍ୟ ସୁଧାଂଶୁ ନାୟକ, ଆଇନଜୀବୀ ଫ୍ରାଙ୍କଲୀନ ନାୟକ, କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇର ପାଳକ ଆଚାର୍ଯ୍ୟ କୁବେର ଦିଗାଲ, ନୂଆସାହି ବାପଟିଷ୍ଟ ଚର୍ଚ୍ଚର ପାଳକ କ୍ଷମାସୀଳ ବାଗ, ମାଳିକାପଡି ବାପଟିଷ୍ଟ ଚର୍ଚ୍ଚର ପାଳକ ସୁବୋଧ ପରିଚ୍ଛା, କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇର ସମ୍ପାଦକ ଜନସନ ନାୟକ, ଉପସଭାପତି ସୂର୍ଯ୍ୟକାନ୍ତ ନାୟକ, କୋଷାଦକ୍ଷ ବସନ୍ତ ନାୟକ, ମହିଳା ଡିକନ ଜୁରୀ ନାୟକ, ସୁଜାତା ନାୟକ, କ୍ରିସ୍ତିନା ଦିଗାଲ, ସୁଲେଖା ନାୟକ, ସୁରଭି ନାୟକ, ଅଙ୍ଗୁରିବାଳା ନାୟକ, ତପନ ଚନ୍ଦ୍ର ନାୟକ, ଜୀବନାନନ୍ଦ ନାୟକ ଉପସ୍ଥିତ ରହିଥିବା ବେଳେ ଡିକନ ରନ୍ଧିର ନାୟକ ଓ ଯୁବଆବାହକ ଗଗନ କୁମାର ପ୍ରଧାନ ସାଉଣ୍ଡ ତଦାରଖ କରି ଥିଲେ l କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇର ଯୁବକଯୁବତୀ ଯଥା ଫ୍ରାନସିସ ନାୟକ, ଅବନୀ କୁମାର ପ୍ରଧାନ, ସୁଭମ ନାୟକ, ସନ୍ଦୀପ ନାୟକ, ସଂଜୀବ ପ୍ରଧାନ, ରଞ୍ଜିତ ନାୟକ, ଅଭିଷେକ ନାୟକ, ସିଫନିୟ ନାୟକ, ନିତିନ ନାୟକ, ସଲଭାନ ନାୟକ, ପପୁ ନାୟକ, ସହନ ନାୟକ ପ୍ରମୁଖ ଖାଦ୍ୟ ପ୍ରସ୍ତୁତ, ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିବା ବେଳେ ପ୍ରତିଭା ପ୍ରଧାନ, ସ୍ୱପ୍ନା ନାୟକ, ଏନ ସ୍ୱାଗତିକା, ସିମ୍ରନ ନାୟକ, ଗୋୖରୀ ପ୍ରଧାନ, ସଂଜନା ନାୟକ, ଏନ ୟେସିକା, ଏନ ସୃଷ୍ଠି ତନାୟା, ଏନ ଇଭାଞ୍ଜଲିନ ରେଜିଷ୍ଟ୍ରେସନ ସହ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ l କନବାଗେରି ବାପଟିଷ୍ଟ ଚର୍ଚ୍ଚ ସିଏନଆଇର ସଂପାଦକ ଜନସନ ନାୟକଙ୍କ ତତ୍ୱାଭଦାନରେ ଏହି ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇ ଥିଲା l