ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଡାୟୋସିସ ଅଫ ଫୁଲବାଣୀ ଅଧିନସ୍ଥ ରିସୁଙ୍ଗିଆ ପାଷ୍ଟରେଟର ଆଡାସୀକୁପା ମଣ୍ଡଳୀରେ ଯୁବ ରାଲୀ ଅନୁଷ୍ଠିତ ହୋଇଛି l ଏହି ରାଲୀରେ ଫୁଲବାଣୀ ଧର୍ମାଞ୍ଚଳର ବିଶପ ମହାଚାର୍ଯ୍ୟ ଭାଓଲେଟ ନାୟକ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ କରି ରାଲିକୁ ଉଦଘାଟନ କରିଥିବା ବେଳେ ଭାଇ ବିନୋଦ ସାମୁଏଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ l ମୁଖ୍ୟ ବକ୍ତା ବାଇବଲ ଧର୍ମଶାସ୍ତ୍ରର ଆଦି ପୁସ୍ତକ 27:30-40 ଓ ମାର୍କ 5:1-20ରୁ “ଇଶ୍ୱରଙ୍କ ରାଜ୍ୟ ନିମନ୍ତେ କଠିନ ପରିଶ୍ରମ କର ” ପ୍ରଶଙ୍ଗ ଉପରେ ପ୍ରଚାର ଓ ଉଦବୋଧନ ଦେଇ ଥିଲେ l ଏହି ଅବସରରେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ପାଳକ ଓ କର୍ମକର୍ତ୍ତାଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯିବା ସହ ରାଇକିଆ ପାଷ୍ଟରେଟ ଡାଙ୍ଗାଡଣ୍ଡ ମଣ୍ଡଳୀ ପକ୍ଷରୁ ସ୍ୱାଗତ ସ୍ୱାଗତ ସଂଗୀତ ଗାନ କରାଯାଇ ଥିଲା l ଅତିଥିଙ୍କୁ ଆଡାସକୁପା ମଣ୍ଡଳୀର ସଦସ୍ୟ ବେଣ୍ଡ ବାଜା ସହ ନୃତ୍ୟ କରି ସ୍ୱାଗତ କରିବା ସହ କୁର୍ମିଙ୍ଗିଆ ମଣ୍ଡକୀର ଯୁବତୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ମୁଖ୍ୟବକ୍ତା ବିନୋଦ ସାମୁଏଲ ବାଇବଲ ଧର୍ମଶାସ୍ତ୍ରରୁ ଏସୌ ଓ ଯାକବଙ୍କ ଜୀବନୀକୁ ନେଇ ଯୁବାଯୁବତୀ କିପରି ନିଜ କ୍ୟାରୀୟରକୁ ଉଜ୍ବଳ କରିବେ ସେ ନେଇ ଶିକ୍ଷା ଦେଇ ଥିଲେ l ଏହି ରାଲିରେ 6ଟି ପାଷ୍ଟରେଟରୁ ବହୁସଂଖ୍ୟାରେ ଯୁବାଯୁବତୀ ଯୋଗ ଦେଇ ଥିଲେ l ରାଲିର ଶେଷ ଭାଗରେ ବାଇବଲ କୁଇଜ ଓ ବାଇବଲ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଥିବା ଯୁବାଯୁବତୀଙ୍କୁ ପୁରସ୍କୃତ କରାଯିବା ସହ କନବା ଗେରି ବାପଟିଷ୍ଟ ଚର୍ଚ୍ଚ (ସିଏନଆଇ) ଉଦଯୋଗୀ ସମିତିର ସଦସ୍ୟ ଖ୍ରୀଷ୍ଟିୟ ଭକ୍ତିମୂଳକ ସଂଗୀତ ଗାନ କରି ଥିଲେ l
Prev Post