ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଙ୍ଗଝର ଗ୍ରାମରେ ବୁଡ଼ାରାଜାଙ୍କ ଛତର ଯାତ୍ରା ମହା ଆଡମ୍ବରରେ ସମ୍ପନ୍ନ ହୋଇଛି l ମାଁ ଦୁର୍ଗାଙ୍କ ବିଜୟା ଦଶମୀ ଦିନ ଏହି ବୁଡ଼ାରାଜା ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ଯାତ୍ରାରେ ଅନେକ ଆଖ ପାଖ ଅଂଚଳର ଶ୍ରଦ୍ଧାଳୁ ମାଁଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ଭିଡ଼ ଲାଗିଥାଏ l ବୁଡ଼ାରାଜାଙ୍କ ମନ୍ଦିର ଠାରୁ ଛତର ବାହାରି ଗାଁ ପରିକ୍ରମା କରି ଥାଏ l ଗ୍ରାମର ବୁଡ଼ାରାଜା ଛକ ଠାରୁ ଗାଁ ପରିକ୍ରମା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମାଙ୍କ ଶରଣା ଗତ ହୋଇଥାନ୍ତି l ଏହି ବୁଡ଼ାରାଜା ଛକ ଠାରେ ମାଁ ଦୁର୍ଗାଙ୍କୁ ପୂଜାର୍ଚନା ପରେ ବିଜୟା ଦଶମୀ ଦିନ ଏହି ବୁଡ଼ାରାଜାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥାଏ l ଗ୍ରାମର ଦୁର୍ଗା ପୂଜା କମିଟି ସଭାପତି ଧରଣୀଧର ମାଝୀ, ସମ୍ପାଦକ ଦେବେନ୍ଦ୍ର ନାୟକ ଓ କୋଷାଧକ୍ଷ ରମେଶ ଅଗ୍ରୱାଲଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ କରାଯାଇ ଥିଲା l ଏଥିରେ ବୁଡ଼ାରାଜାଙ୍କ ଛତର ଯାତ୍ରାରେ ଶ୍ରଦ୍ଧାଳୁ ସାମିଲ ହୋଇ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ମତ ପ୍ରକାଶ କରିଥିଲେ l