ନୂଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଡମଝର ପଞ୍ଚାୟତରେ ଜିପିଡିଓ ପ୍ରଫୁଲ୍ଲ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଦାଶିବ ବେହେରା, ସମିତି ସଭ୍ୟ ବିଜୟ କୁମାର ବେହେରା, ଏପିଓ ରବି ନାରାୟଣ ରାଉତ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ହିତେଶ କୁମାର ଆଡ ବାହି, ପଞ୍ଚାୟତ ନିର୍ବାହୀ ଅଧିକାରୀ ସତିଶ ରଞ୍ଜନ ରାଉତ, ଜିଆରଏସ ଭଦ୍ରାବତି ଜଗତ, ଖାଉଟି ବିଭାଗ ଡି ଓ ସୁଧୀର ପୋଡ଼, ବିଆରସି ହେରାମ୍ବ ବିଶ୍ଵାଳ, ସୁପର ଭାଇଜର ବୈଜୟନ୍ତୀ ମହାନ୍ତି, ପୁଲିସ ଏସଆଇ ରାମେଶ୍ବର ବାଗ, ଏଲଆଇ ଟିକେରାମ ବାଗ, ଏପିସି କାନ୍ତି ମାଝୀ, ସିଆରରସିସି ସଞ୍ଜୟ କୁମାର ଯୋଶୀ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦାନ କରି ସମୁଦାୟ ୨୨ ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ଅଭିଯୋଗମାନଙ୍କ ମଧ୍ୟରେ ସୁଭଦ୍ରା ଯୋଜନା, ଆବାସ ଯୋଜନା, କେନାଲ ପାଣି ସମସ୍ୟା, ଖାଉଟି କାର୍ଡ ଇତ୍ୟାଦି ଥିଲା ।